fbpx

ଆଂଶିକ ଭାବରେ ହେବ ଚାରିଧାମ ଦର୍ଶନ: ଜାଣନ୍ତୁ କେଉଁମାନେ କରିପାରିବେ ଦର୍ଶନ

ଦେହରାଡୁନ୍: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଆଂଶିକ ଭାବରେ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ସରକାରୀ ମୁଖପାତ୍ର ସୁବୋଧ ୟୁନିୟାଲ କହିଛନ୍ତି ଯେ କୋଭିଡ -୧୯ ର ପରିସ୍ଥିତିକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଜୁନ୍ ୨୨ ପର୍ଯ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ଜାରି ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ମଙ୍ଗଳବାର (ଜୁନ୍ ୧୫) ସକାଳ ୬ ଟାରେ କର୍ଫ୍ୟୁ ଅବଧି ଶେଷ ହେବ ଏବଂ ଏହା ପରଠାରୁ ଏସଓପି ଅନୁଯାୟୀ ଯାତ୍ରା ଆରମ୍ଭ ହେବ ।

ୟୁନିୟାଲ କହିଛନ୍ତି ଯେ ଏହି କର୍ଫ୍ୟ ଅବଧି ମଧ୍ୟରେ ପୁରୁଣା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି)ରେ କିଛି ପରିବର୍ତ୍ତନ କରାଯିବ । ସେ କହିଛନ୍ତି ଯେ ଯେଉଁ ଜିଲ୍ଲାଗୁଡ଼ିକରେ ଚାରିଧାମ ଅବସ୍ଥିତ, ସେହି ଜିଲ୍ଲାବାସୀଙ୍କୁ ନେଗେଟିଭ୍ ଆରଟିପିସିଆର କୋଭିଡ ପରୀକ୍ଷା ରିପୋର୍ଟ ସହିତ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି।

ସେ କହିଛନ୍ତି ଯେ ବର୍ତ୍ତମାନ ନେଗେଟିଭ୍ ଆରଟିପିସିଆର ରିପୋର୍ଟ ସହିତ ଚାମୋଲି ଜିଲ୍ଲାର ବାସିନ୍ଦା ବଦ୍ରିନାଥ ଧାମ, ରୁଦ୍ରପ୍ରୟାଗ ଜିଲ୍ଲାର ବାସିନ୍ଦା କେଦାରନାଥ ଏବଂ ଉତ୍ତରକାଶୀ ଜିଲ୍ଲାର ବାସିନ୍ଦା ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ପରିଦର୍ଶନ କରିପାରିବେ।

Get real time updates directly on you device, subscribe now.