fbpx

ରାଜ୍ୟରେ ପୁଣି ହେବ ଆଳୁ ସଂକଟ!, ଯେତିକି ଆଳୁ ଅଛି ମାତ୍ର ୩ ଦିନ ଯିବ; ରାଜ୍ୟ ବ୍ୟବସାୟୀ ମହାସଂଘ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ପୁଣି ଦେଖା ଦେଇପାରେ ଆଳୁ ସଂକଟ । କିଛିଦିନ ହେବ ସ୍ଥିତି ଟିକିଏ ସୁଧୁରି ଆସିବା ବେଳକୁ ପୁଣି ବିଗିଡ଼ିବାକୁ ବସିଲାଣି ରାଜ୍ୟର ଆଳୁ ସମସ୍ୟା । ବର୍ତ୍ତମାନ ରାଜ୍ୟରେ ଯେତିକି ଆଳୁ ଅଛି ତାହା ମାତ୍ର ୩ ଦିନ ଯିବ କହିଲା ରାଜ୍ୟ ବ୍ୟବସାୟୀ ମହାସଂଘ । ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡାଙ୍କ ସୂଚନା । ‘ପଶ୍ଚିମ ବଙ୍ଗ ଆଳୁ ବ୍ୟବସାୟୀ ଓ ଶୀତଳଭଣ୍ଡାର ମାଲିକ ଧର୍ମଘଟ ଧମକ ଦେଇଛନ୍ତି । କାଲି ସୁଦ୍ଧା ସମାଧାନ ନ ହେଲେ ଆଳୁ ଆସିବା ବନ୍ଦ ହୋଇଯିବ।’ ତେବେ ଏପରି ହେଲେ ପୁଣି ଅଳୁ ପାଇଁ ସାଧାରଣ ଲୋକ ହନ୍ତସନ୍ତ ହେବେ । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକଙ୍କ ଉପରେ ସିଧା ସଳଖ ପ୍ରଭାବ ପକାଇବ ।

Get real time updates directly on you device, subscribe now.