fbpx

ରାଜ୍ୟରେ ପୁଣି ହେବ ବର୍ଷା ସହ ଝଡ଼, ୧୭ ଜିଲ୍ଲାକୁ ୟେଲୋୱାଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ୩ ଦିନ ବ୍ୟବଧାନ ପରେ ଆଉଥରେ ପଶ୍ଚିମା ଝଡ଼ ହେବ ବୋଲି ସୂଚନା ମିଳିଛି । ୨୬ ଓ ୨୭ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଝଡ଼ବର୍ଷା ହେବ । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ, ସ୍ୱତନ୍ତ୍ର ରିଲିଫ କମିସନର ଚିଠି ଲେଖି ସତର୍କ ରହିବା ପାଇଁ ଆର୍ଲଟ କରିଛନ୍ତି ।

ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ, ୨୬ ତାରିଖ ଦିନ କୋରାପୁଟ, ରାୟଗଡ଼ା, ମାଲକାନାଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଆଦି ଜିଲ୍ଲା ମାନଙ୍କର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ । ତେବେ ଝଡ଼ବାତ୍ୟା ପାଇଁ ଏହିସବୁ ଜିଲ୍ଲା ଗୁଡିକୁ ୟେଲୋୱାଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରେ ବର୍ଷାର ମାତ୍ରା ବଢିବ ବୋଲି କୁହାଯାଉଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବିଜୁଳି, ଘଡଘଡି ସହିତ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହାସହ ପବନର ବେଗ ୩୦ରୁ ୪୦ ବେଗରେ ରହିବ ବୋଲି କୁହାଯାଉଛି ।

ସ୍ୱତନ୍ତ୍ର ରିଲିଫ କମିସନର, ସମସ୍ତ ଜିଲ୍ଲାପଳଙ୍କୁ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି । ୟେଲୋୱାଣ୍ଣିଂ କରାଯାଇଥିବା ଜିଲ୍ଲାମାନଙ୍କରେ ଥିବା ଲୋକମାନେ ଘଡଘଡି ବା ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ପାଇଁ କୁହାଯାଇଛି । ଏହା ବ୍ୟତୀତ ଜଳବନ୍ଦୀ ଅଂଚଳରେ ଜଳ ନିଷ୍କାସନ କରିବା, କେତେ ପରିମାଣରେ ବର୍ଷା ହେଉଛି, ବିଜୁଳି ଘଡଘଡି ଏବଂ ପବନ ସମ୍ବନ୍ଧୀୟ କ୍ଷୟକ୍ଷତି ସମ୍ବନ୍ଧରେ ଜିଲ୍ଲାପାଳମାନେ ସଙ୍ଗେସଙ୍ଗେ ରିପୋର୍ଟ ଦାଖଲ କରିବା କଥା ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.