fbpx
BSKY SKY
BSKY SKY

ତାମିଲନାଡୁରେ ହେବନି ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ବେଳର ସିଧା ପ୍ରସାରଣ; ୨୦୦ରାମ ମନ୍ଦିରରେ ପୂଜା ପାଇଁ ନାହିଁ ଅନୁମତି

BSKY

ଚେନ୍ନାଇ: ରାଜ୍ୟରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଅନୁମତି ଦେଇନାହାନ୍ତି ତାମିଲନାଡୁ ସରକାର । ସେହିପରି ରାଜ୍ୟର ରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜା ର୍ଚ୍ଚନାକୁ ମନା କରାଯାଇଛି । ବିଜେପି ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅଭିଯୋଗ ଆଣିଛନ୍ତି। ତାମିଲନାଡୁରେ ଭଗବାନ ରାମଙ୍କର ପ୍ରାୟ ୨୦୦ ଟି ବଡ଼ ମନ୍ଦିର ରହିଛି ।

ହେଲେ ସେ ୨୦୦ ମନ୍ଦିରରେ ସ୍ଵତନ୍ତ୍ର ପୂଜା ପାଇଁ ସରକାର ରୋକ ଲଗାଇଛନ୍ତି । ସୂଚନା ଅନୁସାରେ ରାଜ୍ୟର ଏମକେ ଷ୍ଟାଲିନ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି । ଯାହାକୁ ନେଇ ସୀତାରମଣ ସୋସିଆଲ ମିଡିଆରେ ଏହି ଅଭିଯୋଗ ଆଣିଛନ୍ତି । ନିକଟରେ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଏମକେ ଉଦୟନିଧି ସନାତନଙ୍କ ବିରୋଧରେ ବୟାନ ଦେଇଥିଲେ ।

Get real time updates directly on you device, subscribe now.