fbpx

ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ପ୍ରତି ବ୍ଲକରେ ପହଞ୍ଚିବ ଆରଏସଏସ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ(ଆରଏସଏସ)ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବାଲେ ଶନିବାର କହିଛନ୍ତି ଯେ ଆରଏସଏସ ନିଜ କାର୍ଯ୍ୟକଳାପକୁ ବିସ୍ତାର କରିବା ପାଇଁ ଆଗାମୀ ତିନି ବର୍ଷରେ ଦେଶର ସବୁ ବ୍ଲକରେ ପହଞ୍ଚିବାକୁ ଲକ୍ଷ୍ୟ ରଖିôଛି । କର୍ଣ୍ଣାଟକର ଧାରବାଡ଼ରେ ଚାଲୁଥିବା ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକ ସମ୍ପନ୍ନ ହେବାପରେ ତିନି ଦିବସୀୟ କାର୍ଯ୍ୟକ୍ରମରେ ନିଆଯାଇଥିବା ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ହୋସବାଲେ । ସେ କହିଛନ୍ତି ବର୍ତ୍ତମାନ ୪,୬୮୩ ବ୍ଳକରେ ଦଳର ଉପସ୍ଥିତି ଅଛି କିନ୍ତୁ ୨୦୨୪ ମଧ୍ୟରେ ୬,୪୮୩ରେ ପହଞ୍ଚିବାକୁ ଲକ୍ଷ୍ୟ ରହିଛି ।

ଆରଏସଏସର ପଦାଧିକାରୀ କହିଛନ୍ତି ମିଜୋରାମ, ନାଗାଲ୍ୟାଣ୍ଡ, କଶ୍ମୀର ଏବଂ ଲାକ୍ଷାଦ୍ୱୀପରେ ସଂଘର ଗତିବିଧି ନାହିଁ । ହୋସବାଲେ କହିଛନ୍ତି ଏହି ରାଜ୍ୟରେ ପହଞ୍ଚିବାପରେ ସ୍ଥାନୀୟ ପ୍ରଚାରକଙ୍କ ସହ ସେହି ରାଜ୍ୟରେ ସଂଘର ବିକାଶ ପାଇଁ ଯୋଜନା କରାଯିବ । ୨୦୨୫ରେ ଦଳ ଏହାର ପ୍ଲାଟିନମ ଜୁବଲୀ ପାଳନ କରିବାକୁ ଯାଉଛି । ଏହି ଅବସରରେ ସଂଘ ସ୍ୱତନ୍ତ୍ରତା ସଂଗ୍ରାମୀ ଏବଂ ସ୍ୱତନ୍ତ୍ରତା ସଂଗ୍ରାମ ରେ ଯୋଗଦେଇଥିବା ଅନେକ ଅଜଣା ନାୟକଙ୍କ ଯୋଗଦାନକୁ ମନେପକାଇବା ସହ ପ୍ରଦର୍ଶନୀର ଆୟୋଜନ କରିବ । ଏହା ସହ ସଂଘ ରୋଜଗାର ସୃଜନ ଏବଂ କୌଶଳ ବିକାଶ ଉପରେ ମଧ୍ୟ ଧ୍ୟାନଦେବାକୁ ଚାହୁଥିବା କହିଛନ୍ତି ।

Get real time updates directly on you device, subscribe now.