fbpx

ଏହି ୧୦ଟି ଅଭ୍ୟାସ ଆପଣଙ୍କ କିଡନୀକୁ କରିଦେବ ଡ୍ୟାମେଜ୍, ଆଜି ହିଁ ଛାଡ଼ନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ମାର୍ଚ୍ଚ ୧୦ ତାରିଖ ବିଶ୍ୱ କିଡନୀ ଦିବସ । ପୂରା ବିଶ୍ୱରେ ଏହାକୁ ଆଜି ପାଳନ କରାଯାଉଛି । ଏହି ଦିନର ଲକ୍ଷ୍ୟ ହେଉଛି ଲୋକମାନଙ୍କୁ କିଢନୀ ଜନିତ ରୋଗ ପ୍ରତି ସଚେତନ କରିବା । କାରଣ ଶରୀରରେ କିଡନୀ ଏକ ମହତ୍ତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥାଏ । ଏହା ଶରୀରର ଅବଶିଷ୍ଟ୍ ଓ ଅତିରିକ୍ତ ତରଳ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ପାଣି, ଲୁଣ ଓ ମିନେରାଲ୍ସ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ଏସିଡ୍ ନିର୍ଗତ କରାଇଥାଏ । ଏହାଦ୍ୱାରା ଆମର ମାଂସପେଣୀ, ଶିରା ପ୍ରଶିରା ଆଦି ସଠିକ୍ ଭାବରେ କାମ କରିଥାଏ । ତେଣୁ କିଡନୀର ଧ୍ୟାନ ରଖିବା ଜରୁରୀ । ତେବେ ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଆମର କିଛି ଖରାପ ଅଭ୍ୟାସ କିଡନୀ ଖରାପ କରିଥାଏ ତେଣୁ ସେସବୁକୁ ବଦଳାଇବା ଜରୁରୀ ।

୧. ପେନ୍ କିଲର୍ ମେଡିସିନ୍ ର ସେବନ

୨. ଅଧିକ ଲୁଣ ଖାଇବା(ରକ୍ତଚାପ ବି ବଢ଼ାଇଥାଏ)

୩. ପ୍ରୋସେଡ୍ ଫୁଡ୍(ପ୍ୟାକେଟ୍ ଖାଦ୍ୟ)

୪. ଶରୀରକୁ ହାଇଡ୍ରେଟ୍ ନ ରଖିବା

୫. ଭଲ ଭାବରେ ନ ଶୋଇବା

୬. ଅଧିକ ମିଠା ଖାଇବା

୭. ଧୂମପାନ କରିବା

୮. ଶାରୀରିକ ବ୍ୟାୟାମ ନ କରିବା

୯. ଆମିଷର ଅଧିକ ମାତ୍ରାରେ ସେବନ

୧୦. ଅଧିକ ମଦ ପିଇବା

Get real time updates directly on you device, subscribe now.