ମହାଶିବରାତ୍ରୀରେ ମହାଦେବଙ୍କ କୃପା ପାଇବେ ଏହି ୩ଟି ରାଶି, ତା’ପରଠୁ ଖାଲି ଧନବର୍ଷା
ଜାଗର ପରଠୁ ଏହି ୩ଟି ରାଶିଙ୍କ ଭାଗ୍ୟ ଉଜ୍ୱଳ
ଓଡ଼ିଶା ଭାସ୍କର: ମହାଶିବରାତ୍ରି ଚଳିତବର୍ଷ ୨୬ ଫେବୃଆରୀରେ ପଡୁଛି। ପ୍ରତିବର୍ଷ ଫାଲଗୁନ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଇଥାଏ।
ପୌରାଣିକ ମାନ୍ୟତା ଅନୁଯାୟୀ, ଏହି ଦିନ ଭଗବାନ ଶିବଙ୍କର ବିବାହ ମାଆ ପାର୍ବତୀଙ୍କ ସହ ହୋଇଥିଲା । ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରୀରୁ କେଉଁ 3ଟି ରାଶିର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି।
ମେଷ: ମେଷ ରାଶି ହେଉଛି ଭଗବାନ ଶିବଙ୍କର ପ୍ରିୟ ରାଶି। ମେଷ ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ରହିବ। ମହାଶିବରାତ୍ରୀ ପରେ ଏହି ରାଶିର ଲୋକଙ୍କର ସମସ୍ୟା ହ୍ରାସ ପାଇବ। କ୍ୟାରିୟର ଏବଂ ବ୍ୟବସାୟରେ ଉନ୍ନତି କରିବେ ଏହି ରାଶିର ଲୋକେ।
ବିଛା: ବିଛା ରାଶିର ଅଧିପତି ହେଉଛନ୍ତି ମଙ୍ଗଳ । ଭଗବାନ ଶିବ ଏବଂ ମଙ୍ଗଳ ଗ୍ରହ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ମହାଶିବରାତ୍ରୀ ପରେ ବିଛା ରାଶି ଲୋକଙ୍କର ସମସ୍ତ କଷ୍ଟ ଦୂର ହୋଇଯିବ। ବିବାହରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଛାତ୍ରଛାତ୍ରୀଙ୍କୁ ମିଳିବ ସଫଳତା।
ମକର: ମକର ରାଶିର କର୍ତ୍ତା ଶନି ଦେବ। ମକର ରାଶିର ଲୋକଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ରହିଛି। ମକର ରାଶିର ଲୋକଙ୍କର ଅଟକି ରହିଥିବା କାମ ମହାଶିବରାତ୍ରିରୁ ଆରମ୍ଭ ହୋଇପାରେ। ସଫଳତା ମିଳିବ। କ୍ୟାରିୟରରେ ହେବ ଉନ୍ନତି।