fbpx

ଧାରଣ କରନ୍ତୁ ଏହି ୪ଟି ଚମତ୍କାରୀ ରତ୍ନ: ହେବ ଧନର ବର୍ଷା, ଖୋଲିଯିବ ଆପଣଙ୍କ ଭାଗ୍ୟ

ନୂଆଦିଲ୍ଲୀ: ରତ୍ନ ଶାସ୍ତ୍ରରେ ପ୍ରତ୍ୟେକ ମଣିଷର ରାଶି ଏବଂ ଗ୍ରହ ସ୍ଥିତି ଅନୁସାରେ ରତ୍ନଗୁଡିକର ଉଲ୍ଲେଖ ରହିଛି । କୁଣ୍ଡଳୀରେ କୌଣସି ଗ୍ରହର ଅଶୁଭ ପ୍ରଭାବକୁ କମ୍ କରିବା ପାଇଁ ଏବଂ ଶୁଫଳ ପାଇଁ ରତ୍ନ ଧାରଣ କରିବା ପାଇଁ କୁହାଯାଇଛି । ଜ୍ୟୋତିଶ ଶାସ୍ତ୍ର ଅନୁସାରେ ସମସ୍ତ ବ୍ୟକ୍ତିଙ୍କ ଗ୍ରହ ଏବଂ କୁଣ୍ଡଳୀ ଅନୁସାରେ ହିଁ ରତ୍ନ ଧାରଣ କରିବା ଉଚିତ୍ । ଏହାବ୍ୟତୀତ ଜ୍ୟୋତିଶଙ୍କ ଉପଦେଶ ବିନା ମଧ୍ୟ କୌଣସି ବ୍ୟକ୍ତିଙ୍କୁ ରତ୍ନ ଧାରଣ କରିବା ଉଚିତ ନୁହେଁ । ତେବେ କିଛି ରତ୍ନ ମଣିଷର ଭାଗ୍ୟ ଚମକାଇବା ସହିତ ସେମାନଙ୍କ ଉପରେ ଧନର ବର୍ଷା କରିଥାନ୍ତି । ଆସନ୍ତୁ ଜାଣିବା ଏଭଳି କିଛି ଚମତ୍କାରୀ ରତ୍ନ ବିଷୟରେ ।

ପନ୍ନା ରତ୍ନ:

ରତ୍ନ ଶାସ୍ତ୍ର ଏବଂ ଜ୍ୟୋତିଶ ଶାସ୍ତ୍ରରେ ଅନେକ ରତ୍ନ ବିଷୟରେ କୁହାଯାଇଛି । ଯେଉଁଗୁଡିକୁ ଧାରଣ କରିବା ଦ୍ୱାରା ଦୁର୍ଭାଗ୍ୟ ଶେଷ ହୋଇଥାଏ । ଏଥି ମଧ୍ୟରେ ପନ୍ନା ରତ୍ନ ମଧ୍ୟ ସାମିଲ ରହିଛି । ଏହା ବୁଧ ଗ୍ରହର ପ୍ରତିନିଧିତ୍ୱ କରିଥାଏ । ଚାକିରି ଏବଂ ବ୍ୟବସାୟରେ ଉନ୍ନତି କରିବାକୁ ହେଲେ ପନ୍ନା ରତ୍ନ ଧାରଣ କରିବା ପାଇଁ ରତ୍ନଶାସ୍ତ୍ରରେ କୁହାଯାଇଛି । ପନ୍ନା ରତ୍ନ ବିଶେଷ କରି ବ୍ୟବସାୟୀ ଲୋକମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ।

ଟାଇଗର ରତ୍ନ:

ଟାଇଗର ରତ୍ନ ଧାରଣ କରିବା ମାତ୍ରେ ଆପଣ ଏହାର ଚମତ୍କାରିତା ଦେକିବାକୁ ପାଇବେ । ଯେଉଁ ବ୍ୟକ୍ତି ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି, ସେମାନେ ଖାସ କରି ଏହି ରତ୍ନକୁ ଧାରଣ କରିବା ଉଚିତ । ଏହାକୁ ଧାରଣ କରିବା ଦ୍ୱାରା ବ୍ୟକ୍ତିଙ୍କୁ ସମସ୍ୟାରୁ ମୁକ୍ତି ମିଳିପାରିବ । କେବଳ ସେତିକି ନୁହେଁ, ଟାଇଗର ରତ୍ନ କ୍ୟାରିୟରରେ ମଧ୍ୟ ସଫଳତା ମିଳିବା ସହିତ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ ।

ନୀଲମ ରତ୍ନ:

ନୀଲମ ରତ୍ନକୁ ଖୁବ ଶକ୍ତିଶାଳୀ ବୋଲି ବିଶ୍ୱାସ କରାଯାଏ । ରତ୍ନ ଶାସ୍ତ୍ର ଅନୁସାରେ ଏହି ରତ୍ନ ଧାରଣ କରିବା ଦ୍ୱାରା ଭାଗ୍ୟରେ ଏକ ବଡ ପରିବର୍ତ୍ତନ ଆସିଥାଏ । କିନ୍ତୁ ଜ୍ୟୋତିଶଙ୍କ ବିନା ଉପଦେଶରେ ନୀଲମ ରତ୍ନ ଧାରଣ କରିବାରୁ ବଞ୍ଚିତ ରହିବା ଉଚିତ । ଏହାକୁ ଧାରଣ କରିବା ଦ୍ୱାରା ଏହା ନିଜ ଭାଗ୍ୟ ଉପରେ ପ୍ରଭାବ ପରିଲକ୍ଷିତ ହେବ ।

ଜେଡ ଷ୍ଟୋନ:

ରତ୍ନ ଶାସ୍ତ୍ରରେ ଜେଡ ଷ୍ଟୋନ ବିଷୟରେ ମଧ୍ୟ କୁହାଯାଇଛି । ବିଶେଷ କରି ବିଦ୍ୟାର୍ଥୀମାନଙ୍କ ପାଇଁ ଏହି ଜେଡ ଷ୍ଟୋନ ପିନ୍ଧିବା ଖୁବ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ପିଲାମାନଙ୍କ ମଧ୍ୟରେ ଏକାଗ୍ରତା ବୃଦ୍ଧି ପାଇଥାଏ, ଚାକିରି ଏବଂ ବ୍ୟବସାୟରେ ଉନ୍ନତି ପାଇବା ପାଇଁ ସବୁଜ ରଙ୍ଗର ଜେଡ ଷ୍ଟୋନ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । ଏହି ଷ୍ଟୋନର ପ୍ରଭାବରେ ପଦୋନ୍ନତି ସହିତ ସମାଜରେ ମାନ-ସମ୍ମାନ, ଏବଂ ଧନର ବର୍ଷା ହୋଇଥାଏ ।

Get real time updates directly on you device, subscribe now.