ଭୁବନେଶ୍ବର: ଉତ୍ତମ ସ୍ବାସ୍ଥ୍ୟ ପାଇଁ ଲିଭର ଠିକ୍ ରହିବା ନିହାତି ଜରୁରୀ ଅଟେ । ପାଚନତନ୍ତ୍ରକୁ ସୁସ୍ଥ ରଖିବା ଠୁ ନେଇ ଶରୀରରେ ଟକ୍ସିନ୍ସକୁ ବାହାର କରିବା ପାଇଁ ଲିଭର ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଖାଦ୍ୟପେୟରେ ଅବହେଳା କାରଣରୁ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ତେବେ କେଉଁ ଖାଦ୍ୟ ଖାଇଲେ ଲିଭର ସୁସ୍ଥ ରହିଥାଏ ଜାଣନ୍ତୁ ।
ଅଙ୍ଗୁର – ଅଙ୍ଗୁରରେ ମିଳୁଥିବା ପୋଷକ ତତ୍ତ୍ୱ ଶରୀରରୁ ପ୍ରଦାହ କମ କରିଥାଏ ଏବଂ ଆଣ୍ଟିଅକ୍ସିଡାଣ୍ଟ ସ୍ତର ବୃଦ୍ଧି କରିଥାଏ । ଏହା ସହିତ ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରି ଏହାର କାର୍ଯ୍ୟକୁ ଉନ୍ନତ କରିଥାଏ ।
ସବୁଜ ପନିପରିବା- ସବୁଜ ପନିପରିବା ଖାଇବା ଦ୍ବାରା ଶରୀରରେ ଏନଜାଇମ ଲେବଲ ବୃଦ୍ଧି ପାଇଥାଏ । ଏହା ଲିଭରକୁ ଡିଟାକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ଲିଭର ଡେମେଜକୁ ମଧ୍ୟ ରୋକିଥାଏ।
ହଳଦୀ- ଏହା ଆୟୁର୍ବେଦିକ ଗୁଣରେ ଭରପୂର ହୋଇ ରହିଥାଏ । ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଏହା ଫୁଲା କମ୍ କରିପାରେ ସାହାଯ୍ୟ କରିଥାଏ । ଏହା ଫ୍ୟାଟି ଲିଭର ଆଶଙ୍କାକୁ ମଧ୍ୟ କମ୍ କରିଥାଏ ।