fbpx

ଏହି ୫ଟି ଫଳ କିଡନୀକୁ ରଖିଥାଏ ସୁସ୍ଥ, ଡାଏଟରେ ନିଶ୍ଚିତ କରନ୍ତୁ ସାମିଲ

କିଡନୀ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଶରୀରରୁ ବର୍ଜ୍ୟବସ୍ତୁକୁ ବାହାର କରି ଆମକୁ ସୁସ୍ଥ ରଖିଥାଏ । ଯଦି ଆପଣଙ୍କ କୀଡନୀ ଭଲରେ କାମ କରେ ତେବେ ଆପଣଙ୍କ ଶରୀର ମଧ୍ୟ ସୁସ୍ଥ ରହିଥାଏ । ତେବେ ଆମେ ଆପଣଙ୍କୁ ପାଞ୍ଚୋଟି ଫଳ ବିଷୟରେ କହିବୁ ଯାହାକି ଆପଣଙ୍କ କିଡନୀକୁ ସୁସ୍ଥ ରଖିବା ପାଇଁ ଖାଇବାକୁ ପଡିବ ।

-ସେଓ କିଡନୀର ହେଲ୍ଥ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଆଣ୍ଟି-ଇଂପ୍ଲେମେଟରୀ ଗୁଣ ଅଛି । ଯାହା କିଡନୀ ସମସ୍ୟାକୁ ଠିକ୍ କରିବାରେ ସହାୟକ ହେବ ।

-ଲାଲ ଅଙ୍ଗୁର ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ସି ରେ ଭରପୂର ଅଟେ । ଏଥିରେ ରେସ୍ୱେରାଟ୍ରୋଲ ଅଛି, ଯାହା କିଡନୀକୁ ହେଲଦୀ ରଖିବାରେ ସାହାଯ୍ୟ କରିଥାଏ ।

-କ୍ରେନବେରୀଜ, ବ୍ଲୁବେରୀଜ, ରସ୍ପବେରୀଜ ମଧ୍ୟ କିଡନୀ ଫଙ୍ଗସନକୁ ଉତ୍ତମ କରିବା ପାଇଁ ସହାୟକ ହୋଇଥାଏ ।

-ଆପଣଙ୍କ ଖାଦ୍ୟରେ ଯେତେ ପରିମାଣରେ ଭିଟାମିନ ସି ରହିବ, ଆପଣଙ୍କ କିଡନୀ ପାଇଁ ସେତେ ଭଲ । ଖଟା ଯୁକ୍ତ ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ଅଛି । ତେଣୁ ପ୍ରତିଦିନ କମଳା ଖାଇବା ଆବଶ୍ୟକ ।

-ପ୍ରତିଦିନ ଲେମ୍ବୁ ରସ ସେବନ କରନ୍ତୁ, ଏହାଦ୍ୱାରା କିଡନୀ ମଜବୁତ ହୋଇଥାଏ ।

-ତରଭୁଜ ମଧ୍ୟ କିଡନୀ ପାଇଁ ବହୁତ ଭଲ ଫଳ ଅଟେ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଇଂପ୍ଲିମେଣ୍ଟାରୀ ପ୍ରପର୍ଟିଜ ରହିଛି, ଯାହା କିଡନୀକୁ ସୁସ୍ଥ ରଖିଥାଏ ।

Get real time updates directly on you device, subscribe now.