fbpx

ମାସଂପେଶୀ ଯନ୍ତ୍ରଣାରୁ ମୁକ୍ତି ଦେବ ଏହି ୭ଟି ଆୟୁର୍ବେଦ ଜିନିଷ

ଆଧୁନିକ ଜୀବନଶୈଳୀରେ ଶରୀରର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ହେବା ଏକ ସାଧାରଣ କଥା । ବହୁତ ସମୟ ଧରି ଗୋଟିଏ ସ୍ଥାନରେ ବସିବା, ପାଣିପାଗରେ ପରିବର୍ତ୍ତନ ହେବା ଅବା କୌଣସି ଆଘାତ ଲାଗିବା ଆଦି କାରଣ ପାଇଁ ଶରୀରର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହା ବ୍ୟତୀତ ଅନେକ କାରଣ ପାଇଁ ଶରୀରରେ ଟେନସନ ମଧ୍ୟ ରହିଥାଏ , ତେଣୁ ଶରୀରରେ ବିଶ୍ରାମର ବହୁତ ଆବଶ୍ୟକତା ଅଛି ।

ତଥାପି, ଆଜିର ବ୍ୟସ୍ତବହୁଳ ଜୀବନରେ ବିଶ୍ରାମ ନେବା ପାଇଁ କାହା ପାଖରେ ସମୟ ନାହିଁ । ଶରୀରର ଓ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦ କିଛି ପ୍ରତିକାର ପ୍ରଦାନ କରିଥାଏ । ତେବେ ଏହି ପ୍ରତିକାରଗୁଡ଼ିକ କେବଳ ଲୋକଙ୍କୁ ଆରାମ ପ୍ରଦାନ କରେ ନାହିଁ, ବରଂ ସେମାନଙ୍କୁ ଅଧିକ ସକ୍ରିୟ ଏବଂ ସୁସ୍ଥ ଜୀବନଯାପନ କରିବାରେ ମଧ୍ୟ ସାହାଯ୍ୟ କରେ ।

ଆୟୁର୍ବେଦ ହେଉଛି ଏକ ପ୍ରାଚୀନ ଭାରତୀୟ ଚିକିତ୍ସା ପଦ୍ଧତି, ଯାହା ବହୁତ ଦିନ ଧରି ଲୋକମାନେ ବ୍ୟବହାର କରିଆସୁଛନ୍ତି । ଏହି ପଦ୍ଧତିରେ ରୋଗର ଚିକିତ୍ସା ପାଇଁ ହର୍ବାଲ ଔଷଧ, ଡାଏଟ୍ ବ୍ୟବସ୍ଥା, ଔଷଧ ଏବଂ ବ୍ୟାୟାମ ଭଳି ବିଭିନ୍ନ କୌଶଳର ବ୍ୟବହାର କରାଯାଏ । ଆୟୁର୍ବେଦର ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟରୁ ଗୋଟିଏ ହେଉଛି ଜଡିବୁଟିର ବ୍ୟବହାର କରି ରୋଗକୁ ଠିକ୍ କରିବା । ତେବେ ଏହି ଶରୀର ଓ ମାଂସପେଶୀ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ୭ଟି ଆୟୁର୍ବେଦିକ ଉପଚାର ବିଷୟରେ ଜାଣିବା ।

ଅଶ୍ୱଗନ୍ଧା: ଅଶ୍ୱଗନ୍ଧା ହେଉଛି ଏକ ଆୟୁର୍ବେଦିକ ଜଡିବୁଟି ଯାହାକି ମାଂସପେଶୀର ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହା ଶରୀରକୁ ସୁଖଦ ଓ ଶାନ୍ତ ଅନୁଭବ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଅଦା: ଅଦା ଏକ ଏଭଳି ଔଷଧ ଯେଉଁଥିରୁ ଅନେକ ରୋଗର ଉପଶମ ମିଳିଥାଏ । ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ଏହା ଶରୀରର ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ମାଂସପେଶୀ ଟେନସନକୁ ମଧ୍ୟ ହ୍ରାସ କରିଥାଏ । ଥଣ୍ଡା ଓ କାଶ ଭଳି ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ମଧ୍ୟ ଅଦାକୁ ବ୍ୟବହାର କରାଯାଏ ।

କ୍ଷୀର ଓ ଘିଅ: କ୍ଷୀର ଏବଂ ଘିଅ ଖାଇବା ଦ୍ୱାରା ଏହା ଶରୀରର ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରେ । କ୍ଷୀରରେ ଥିବା କେସିନ୍ ନାମକ ଏକ ପ୍ରୋଟିନ୍ ଯାହା ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଘିଅକୁ ଶରୀରରେ ମସାଜ୍ କରିବା ଦ୍ୱାରା ଏହା ଶରୀରର ଯନ୍ତ୍ରଣାକୁ ହ୍ରାସ କରିଥାଏ ।

ଲବଙ୍ଗ: ଲବଙ୍ଗ ହେଉଛି ଏକ ଔଷଧ ଯାହା ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରେ । ଆପଣ ଏହାକୁ ଦାନ୍ତରେ ଚୋବାଇ ଖାଇପାରିବେ । ଏହାକୁ ମଧ୍ୟ ଚା’ କିମ୍ବା କଫିରେ ମିଶାଇ ପିଇପାରିବେ । ଏହା ମଧ୍ୟ ଦାନ୍ତର ମାଢ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ଘିକୁଆଁରୀ: ଘିକୁଆଁରୀ ବା ଆଲୋ ଭେରାରେ ମିଳୁଥିବା ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ଶରୀରର ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆପଣ ଘିକୁଆଁରୀର ଜେଲର ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ସତେଜତାର ଅନୁଭବ ହେବ । ଏହାର ରସକୁ ତ୍ୱଚାରେ ଲଗାଇବା ଦ୍ୱାରା ଏହା ତ୍ୱଚାରେ ଉଜ୍ୱଳତା ଆଣିଥାଏ ।

ରାଶି ତେଲ: ରାଶି ତେଲରେ ଲିନୋଲିକ୍ ନାମକ ଏକ ଫ୍ୟାଟି ଏସିଡ୍ ଥାଏ ଯାହା ଶରୀରର ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାର ତେଲକୁ ଗରମ କରି ଯନ୍ତ୍ରଣା ହେଉଥିବା ସ୍ଥାନରେ ମସାଜ କରିପାରିବେ ।

ଗୁଗୁଳ: ଗୁଗୁଳ ହେଉଛି ଏକ ଆୟୁର୍ବେଦିକ ଔଷଧ ଯାହା ଶରୀରର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏଥିରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି ଯାହା ଶରୀରର ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗୁଗୁଲର ବ୍ୟବହାର କରିବା ଦ୍ୱାରା ଏହା ଚର୍ମକୁ କୋମଳ ରଖିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.