fbpx
BSKY SKY
BSKY SKY

ସାବଧାନ୍! କମ୍ ନିଦ ଯୋଗୁଁ ହୋଇପାରେ ଏହି ରୋଗ

BSKY

ଆପଣ ରାତିରେ ପର୍ଯ୍ୟାପ୍ତ ପରିମାଣରେ ଶୋଉନାହାନ୍ତି କି? ଯଦି ତାହା ନକରନ୍ତି, ତେବେ ଆପଣଙ୍କୁ ସାବଧାନ ରହିବା ଆବଶ୍ୟକ । କାରଣ ଏହା ଓଜନ ସହିତ ମଧୁମେହର ଆଶଙ୍କାକୁ ବଢ଼ାଇପାରେ । ରିସର୍ଚ୍ଚରୁ ଏହା ଜଣାପଡିଛି ।

ରିସର୍ଚ୍ଚ ଅନୁଯାୟୀ, ରାତିରେ ଛଅ ଘଣ୍ଟା ଶୋଇଥିବା ଲୋକଙ୍କ ଅଣ୍ଟା ମାପ, ରାତିରେ ନଅ ଘଣ୍ଟା ଶୋଇଥିବା ଲୋକଙ୍କ ଅଣ୍ଟାଠାରୁ ୩ ସେମି ଅଧିକ ବୋଲି ଜଣାପଡିଛି । କମ୍ ଘଣ୍ଟା ଶୋଇଥିବା ଲୋକଙ୍କଠାରେ ମେଦବହୁଳତା ବୃଦ୍ଧି ହେବାର ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, କମ୍ ନିଦ ଫଳରେ ମଧୁମେହ ଭଳି ମେଟାବୋଲିକ୍ ରୋଗର ବିକାଶ ହୋଇଥାଏ । ବିଶେଷଜ୍ଞମାନେ କ’ଣ କୁହନ୍ତି – ବ୍ରିଟେନର ଲିଡସ୍ ୟୁନିଭରସିଟିର ଗ୍ରେଗ ପୋଟର କହିଛନ୍ତି ଯେ, ୧୯୮୦ ତୁଳନାରେ ଦୁନିଆରେ ମୋଟାପଣଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି । ମେଦବହୁଳତା ଅନେକ ରୋଗର ବିକାଶରେ ସହାୟକ ହୋଇଥାଏ, ବିଶେଷକରି ଟାଇପ୍-୨ ମଧୁମେହ ।

ଅନୁସନ୍ଧାନକାରୀଙ୍କ ଦଳ ରିସର୍ଚ୍ଚରେ ୧,୬୧୫ ବୟସ୍କଙ୍କୁ ଅନ୍ତର୍ଭୁକ୍ତ କରିଥିଲେ । ଏଥିରୁ ଦେଖାଗଲା ଯେ, ସେମାନେ କେତେ ସମୟ ଶୋଇଥାନ୍ତି ଏବଂ କେତେ ଖାଦ୍ୟ ଗ୍ରହଣ କରନ୍ତି । ଏହି ଅନୁସନ୍ଧାନର ସମ୍ପୂର୍ଣ୍ଣ ସିଦ୍ଧାନ୍ତ ‘ପ୍ଲସ୍ ୱାନ୍’ ପତ୍ରିକାରେ ପ୍ରକାଶିତ ହୋଇଛି । ଅନୁସନ୍ଧାନରୁ ଜଣାପଡିଛି ଯେ, କମ୍ ନିଦ ନେବାରୁ ଭଲ କୋଲେଷ୍ଟ୍ରୋଲ କମିଥାଏ ।

Get real time updates directly on you device, subscribe now.