fbpx

ସ୍ମୃତିଶକ୍ତିକୁ ଦୁର୍ବଳ କରେ ଏହି ୫ଟି ଜିନିଷ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ମୃତିଶକ୍ତି ମଣିଷର ବୟସ ସହିତ ଜଡ଼ିତ ହୋଇରହିଥାଏ । କୁହାଯାଏ ବୟସ ବଢ଼ିବା ସହିତ ସ୍ମୃତିଶକ୍ତି ଦୁର୍ବଳ ହୋଇଯାଏ । ଆପଣ ମାନେ ମଧ୍ୟ ଲକ୍ଷ୍ୟ କରିଥିବେ ଯେ, କିଛି ବୃଦ୍ଧଙ୍କ ସ୍ମୃତିଶକ୍ତି ଖୁବ୍ ତେଜ ରହିଥାଏ ସେମାନଙ୍କ ଠାରେ ବୃଦ୍ଧାବସ୍ଥାର କୌଣସି ଫରକ ଦେଖିବାକୁ ମିଳିନଥାଏ । ଏହାର କାରଣ ହେଲା ସେମାନଙ୍କ ଉଚିତ୍ ସମୟରେ ଖାଦ୍ୟ ଗ୍ରହଣ ଓ ଖାଦ୍ୟର ପ୍ରକାର । ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ନିତିଦିନିଆ ଖାଇବା-ପିଇବାର ପ୍ରଭାବ କେବଳ ଆମର ଶାରୀରିକ ସ୍ୱାସ୍ଥ୍ୟ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ବି ପ୍ରଭାବ ପଡ଼ିଥାଏ ।

ଯଦି ଆପଣଙ୍କ ଖାଦ୍ୟ-ପାନ ଠିକ୍ ରହିଥିବ ତେବେ ଏହା ଆପଣଙ୍କର ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣରେ ରଖିଥାଏ । ଏହା ଶରୀରର ବିଭିନ୍ନ ସମସ୍ୟାକୁ ବି ଦୂରେଇ ଦେଇଥାଏ । ଆଜିକାଲି ଅଧିକାଂଶ ଲୋକଙ୍କ ଠାରେ ଡାଇବେଟିସ୍, ରକ୍ତଚାପ, ଡିପ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ । ଏହାର କାରଣ ହେଲା ସେମାନଙ୍କ ଖରାପ ଖାଦ୍ୟପାନୀୟ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ପାନୀୟକୁ ସେବନ କରିବା ଠାରୁ ଦୁରେଇ ରହିବା ଦରକାର । ଆପଣ ମାନେ ନିଜ ଖାଦ୍ୟ ପାନୀୟରୁ ତୈଳଯୁକ୍ତ ଖାଦ୍ୟ, ଜଙ୍କ୍ ଫୁଡ୍, ମଦ, ମିଠା, ଟ୍ରାନ୍ସ ଫ୍ୟାଟ୍ ଭଳି ଜିନିଷକୁ ଦୁରେଇ ରଖନ୍ତୁ । ଏହିସବୁ ଖାଦ୍ୟର ଖରାପ ପ୍ରଭାବ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ ।

Get real time updates directly on you device, subscribe now.