fbpx

ସାବଧାନ୍! ଏପରି ଭୁଲ କଲେ ବନ୍ଦ ହୋଇଯିବ ଆପଣଙ୍କ PF ଆକାଉଣ୍ଟ, ଜାଣନ୍ତୁ EPFOର ନିୟମ

ନୂଆଦିଲ୍ଲୀ: ଚାକିରି କରୁଥିବା ଲୋକଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫ ଟଙ୍କା ଅତି ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ତାଙ୍କ ସାରା ଜୀବନର ରୋଜଗାର । ଏପରି ପରିସ୍ଥିତିରେ ଆପଣଙ୍କୁ ଇପିଏଫଓ ସହ ଜଡ଼ିତ କିଛି ନିୟମ ଜାଣିବା ଆବଶ୍ୟକ । କାହିଁକି ନା ଅନେକ ଥର ସୂଚନା ଅଭାବ ବା କିଛି ଭୁଲ୍ ଯୋଗୁଁ ପିଏଫ୍ ଆକାଉଣ୍ଟ ବନ୍ଦ ହୋଇଯାଏ । ତେବେ ପିଏଫ୍ ଆକାଉଣ୍ଟରେ କେଉଁ ଭୁଲ୍ କରିବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା…

ଯଦି ଆପଣ ପୁରୁଣା କମ୍ପାନୀ ଛାଡ଼ିବା ପରେ ସେଥିରୁ ପିଏଫ୍ ଆକାଉଣ୍ଟକୁ ନୂଆ କମ୍ପାନୀରେ ଟ୍ରାନ୍ସଫର କରିନାହାନ୍ତି ଓ ପୁରୁଣା କମ୍ପାନୀ ବନ୍ଦ ହୋଇଯାଇଛି, ତେବେ ଏପରି ପରିସ୍ଥିତିରେ ଯଦି ଆପଣଙ୍କ ପିଏଫ୍ ଆକାଉଣ୍ଟରେ ୩୬ ମାସ ପର୍ଯ୍ୟନ୍ତ କୌଣସି କାରବାର ହୋଇନଥିବ ତାହେଲେ ଆପଣଙ୍କ ପିଏଫ୍ ଆକାଉଣ୍ଟ ବନ୍ଦ ହୋଇଯିବ । ଇପିଏଫଓ ଏପରି ଆକାଉଣ୍ଟକୁ ‘Inoperative’ ଶ୍ରେଣୀରେ ରଖିଦିଏ ।

ଯଦି ଥରେ ବି ଆକାଉଣ୍ଟ ‘Inoperative’ ହୋଇଯାଏ, ତେବେ ଆପଣ ଟଙ୍କା କାରବାର କରିପାରିବେ ନାହିଁ । ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭ କରିବା ପାଇଁ ଆପଣଙ୍କୁ ଇପିଏଫଓରେ ଯାଇ ଆବେଦନ କରିବାକୁ ପଡିବ । ‘Inoperative’ ହେବା ପରେ ବିି ଆକାଉଣ୍ଟରେ ଥିବା ଟଙ୍କା ଉପରେ ସୁଧ ମିଳିବ । ଅର୍ଥାତ୍ ଆପଣଙ୍କ ଟଙ୍କା ବୁଡ଼ିନଥାଏ, ଏହା ଆପଣଙ୍କୁ ପୁଣି ମିଳିଯାଏ ।

ପୂର୍ବରୁ ଏହି ଆକାଉଣ୍ଟରେ ସୁଧ ମିଳୁନଥିଲା । କିନ୍ତୁ ୨୦୧୬ରେ ନିୟମରେ ସଂଶୋଧନ କରାଗଲା ଓ ସୁଧ ମିଳିବା ଆରମ୍ଭ ହୋଇଥିଲା । ଆପଣଙ୍କ ପିଏଫ୍ ଆକାଉଣ୍ଟରେ ସେତେ ପର୍ଯ୍ୟନ୍ତ ସୁଧ ମିଳିବ, ଯେପର୍ଯ୍ୟନ୍ତ ଆପଣଙ୍କୁ ୫୮ ବର୍ଷ ନହୋଇଛି ।

Get real time updates directly on you device, subscribe now.