fbpx

ଏହି ବ୍ୟକ୍ତିଙ୍କୁ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଓଡ଼ିଶା ଭାସ୍କର: ସାଧାରଣତଃ ଖରା ଦିନେ ଅଧିକାଂଶ ବ୍ୟକ୍ତି ଲେମ୍ବୁ ଶରବତ/ ପାଣି ପିଇବାକୁ ପସନ୍ଦ କରିଥାନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରଭାବରୁ ଲେମ୍ବୁ ପାଣି ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍- ସି ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଡିହାଇଡ୍ରେସନ, ମୋଟାପଣ ଇତ୍ୟାଦି ସମସ୍ୟାରୁ ଦୂରେଇ ରଖିଥାଏ । ନିୟମିତ ଲେମ୍ବୁ ପାଣି ପିଇଲେ ଶରୀର ଡିଟକ୍ସିଫାଇ ହୋଇଥାଏ । ତେବେ ସ୍ୱାସ୍ଥ୍ୟ ଉପଯୋଗୀ ଲେମ୍ବୁ ପାଣି ଅନେକଙ୍କ ପାଇଁ କ୍ଷତିକାରକ ହୋଇପାରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ହାଲୁକା ଉଷୁମ ପାଣିରେ ଲେମ୍ବୁ ଏବଂ ମହୁ ମିଶାଇ ସେବନ କରିବା ଦ୍ୱାରା ଓଜନ ନିୟନ୍ତ୍ରିତ ରହିବା ସହ କିଡନୀ ଷ୍ଟୋନ୍, ଏନିମିଆ ଏବଂ ପାଚନ ପ୍ରକ୍ରିୟାକୁ ଉତ୍ତମ ରଖିବାରେ ସହାୟକ ହୋଇଥାଏ । କିନ୍ତୁ ଏହି ସବୁ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଅଧିକ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ ।

୧. ଟନ୍ସିଲ: ଆପଣଙ୍କୁ ସବୁବେଳେ ଟନ୍ସିଲ ହେଉଥିଲେ ଲେମ୍ବୁ ସବୁବେଳେ ଲେମ୍ବୁ ପାଣି ପିଇବା କିମ୍ବା ଲେମ୍ବୁ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ ।

୨. ଦାନ୍ତ ସମସ୍ୟା: ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଅଧିକ ରହିଛି । ତେଣୁ ସେନ୍ସିଟିଭିଟି ସମସ୍ୟା ଥିଲେ ଲେମ୍ବୁ ପାଣି କିମ୍ବା ଲେମ୍ବୁ ସେବନ ଠାରୁ ଦୂରେଇ ରୁହନ୍ତୁ । ଏହା ଦ୍ୱାରା ଦାନ୍ତର ଇନାମେଲ ଖରାପ ହୋଇପାରେ ।

୩. ଏସିିଡିଟି ସମସ୍ୟା: ଯେଉଁମାନଙ୍କୁ ଗ୍ୟାସ୍ କିମ୍ବା ଏସିଡିଟି ସମସ୍ୟା ରହିଛି ସେମାନଙ୍କୁ ଅଧିକ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରହିବା ଉଚିତ । ଲେମ୍ବୁରେ ସାଇଟ୍ରିକ୍ ଏସିଡର ମାତ୍ରା ଅଧିକ ଥାଏ ଯାହା ଏସିିଡିଟି ସମସ୍ୟା ବୃଦ୍ଧି କରିପାରେ ।

୪. କିଡନୀ ସମସ୍ୟା: ଅପଣଙ୍କୁ କିଡନୀ ଜନିତ ସମସ୍ୟା ଥିଲେ ନିୟମିତ ଲେମ୍ବୁ ପାଣି ପିଇବା ଠାରୁ ଦୂରେଇ ରୁହନ୍ତୁ । ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ ।

୫. ଆଲର୍ଜୀ: ଆପଣଙ୍କୁ ସାଇଟ୍ରସ୍ ଆଲର୍ଜୀ ହୋଇଥିଲେ ଖଟା ଜିନିଷ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ । ଲେମ୍ବୁ, କମଳା, ଇତ୍ୟାଦି ଭଳି ଖଟା ଫଳ ଖାଇଲେ ନିଶ୍ୱାସ ନେବାରେ ସମସ୍ୟା, କୁଣ୍ଡିଆ, ହାତ, ଗୋଡ଼ ଏବଂ ମୁଣ୍ଡ ଝିମ୍ଝିମ୍ ହେବା ଭଳି ଅନୁଭବ ହୁଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ଅଧିକ ମାତ୍ରାରେ ଲେମ୍ବୁ ପାଣି ସେବନ କରିବା ମୁଣ୍ଡ ବିନ୍ଧାର କାରଣ ହୋଇପାରେ । ଲେମ୍ବୁରେ ଟାୟରାମିନ୍ ନାମକ ଏମିନୋ ଏସିଡ୍ ରକ୍ତ ସହ ମିଶି ମାଇଗ୍ରେନ୍ ସମସ୍ୟା ଦେଖାଦେଇପାରେ । ମନେ ରଖନ୍ତୁ, ଅଧିକ ଥଣ୍ଡା କିମ୍ବା ଗରମ ପାଣିରେ ଲେମ୍ବୁ ପାଣି ପ୍ରସ୍ତୁତ କରନ୍ତୁ ନାହିଁ । ନଚେତ୍ ଏହା ଫାଇଦା ପରିବର୍ତ୍ତେ କ୍ଷତିକାରକ ହୋଇପାରେ । ତେଣୁ ଉପରୋକ୍ତ ସମସ୍ୟା ଥିଲେ ନିଜ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।

 

Get real time updates directly on you device, subscribe now.