ଚାକିରି ପାଇଁ ଚିନ୍ତାରେ? ଏହି ସବୁ ସର୍ଟ କୋର୍ସ କରନ୍ତୁ, ପାଇବେ ମୋଟା ଦରମାର ଚାକିରି

ନୂଆଦିଲ୍ଲୀ- ଚାକିରି ପାଇଁ ବ୍ୟସ୍ତ ଓ ବିବ୍ରତ । ତେବେ ମାତ୍ର ୬ ମାସର ଏହି କୋର୍ସ କରିଦିଅନ୍ତୁ । ଦେଖିବେ ମୋଟା ଅଙ୍କର ଦରମାର ଚାକିରି ପାଇବେ । ଏହି ସର୍ଟ ଟର୍ମ କୋର୍ସ ଆପଣଙ୍କ ସ୍କିଲ ଡେଭେଲପ କରିବାରେ ସହାୟକ ହେବ ।

ତେବେ ଆଜିର ଯୁଗରେ ୭ଟି ଏମିତି କୋର୍ସ ରହିଛି, ଯାହା ୧୦୦ ପ୍ରତିଶତ ନିଯୁକ୍ତି ସହ ମୋଟା ଅଙ୍କର ଦରମା ପ୍ରଦାନ କରିବ ।

ଡିଜିଟାଲ ମାର୍କେଟିଂ- ଏହି କୋର୍ଟ ର ଅବଧି ୩ରୁ ୬ ମାସ ରହିଛି । ଏଥିରେ ଏସଇଓ, ଏସଇଏମ, ସେସିଆଲ ମିଡିଆ ମାର୍କେଟିଂ, କଣ୍ଟେଣ୍ଟ ମାର୍କେଟିଂ, ଗୁଗଲ ଆଡ, ପରି ବିଷୟ ଉପରେ ପଢାଯିବ ।

ଏହି କୋର୍ସରେ ଆଡମିଶନ ପାଇଁ ଫିସ ୨୦ହଜାରରୁ ୫୦ ହଜାର ରହିଛି ।

ଦରମା- ଏଥିରେ ବାର୍ଷିକ ଦରମା ୨.୫ ଲକ୍ଷରୁ ୬ ଲକ୍ଷ ରହିବ ।

ୱେବ ଜିଜାଇନିଂ କୋର୍ସ- ଏହି ପାଠ୍ୟକ୍ରମଟି ୬ ମାସିଆ ଏକ କୋର୍ସ । ଏଥିିରେ ଏଚଟିଏମଏଲ, ସିଏସଏସ, ଜାଭା ସ୍କ୍ରିପ୍ଟ, ୟୁଏକ୍ସ/ ୟୁଆଇ ଡିଜାଇନ, ରେସ୍ପୋନ୍ସିଭ ଡିଜାଇନ ଆଦି ପଢାଯିବ ।

ଏହି ପାଠ୍ୟକ୍ରମ ପାଇଁ ଫିସ ୧୫ରୁ ୫୦ ହଜାର ମଧ୍ୟରେ ରହିବ ।

ଦରମା- ବାର୍ଷିକ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା

ଗ୍ରାଫିକ୍ସ ଡିଜାଇନିଂ – ଏହି କୋର୍ସଟି ୩ରୁ ୬ ମାସର । ଏଥିରେ ଆଡୋବ ଫଟୋସପ, ଇଲୁଷ୍ଟ୍ରେଟର, କୋରେଲ ଡ୍ର, କାନଭା ଶିକ୍ଷା ଦିଆଯିବ ।

ଫିସ- କୋର୍ସ ପାଇଁ ଖର୍ଛ୍ କରିବାକୁ ହେବ ୧୦ହଜାରରୁ ୪୦ ହଜାର ଟଙ୍କା

ଦରମା- ଏଥିରେ୨ ଲକ୍ଷରୁ ୪ ଲକ୍ଷ ଦରମା ପ୍ରତି ବର୍ଷ ପ୍ୟାକେଜ ରହିବ ।