Sweets For Diabetics: ଏହି ମିଠା ଖାଇଲେ ବଢେ ନାହିଁ ବ୍ଲଡ ସୁଗାର, ନିଶ୍ଚିନ୍ତରେ ଖାଇପାରିବେ ଡାଇବେଟିସ୍ ରୋଗୀ !

ନୂଆଦିଲ୍ଲୀ: ଦୀପାବଳି ପାଇଁ ସବୁଆଡେ ଖୁସିର ମାହୋଲ । ମିଠା ବିନା ଦୀପାବଳି ପାଳିବା କଷ୍ଟକର ଅଟେ । ଏଭଳି ପରିସ୍ଥିତିରେ ମଧୁମେହ ରୋଗୀଙ୍କ ପାଇଁ ମିଠାରୁ ବଞ୍ଚିତ ରହିବା ଏକ ଦଣ୍ଡ ସମାନ ହୋଇଥାଏ । କାରଣ ଏହି ରୋଗରେ ମିଠା ଖାଇବା କୌଣସି ବିଷଠାରୁ ମଧ୍ୟ କମ୍ ନୁହେଁ । କିନ୍ତୁ ବୁଦ୍ଧିମାନର ସହିତ ମିଠା ବାଛି ଖାଇବା ଦ୍ବାରା ଏହି ପର୍ବକୁ ସମ୍ପୁର୍ଣ୍ଣ ଭାବେ ଉପଭୋଗ କରିପାରିବେ ।

ବାଦାମ୍-ଅଞ୍ଜିର ବର୍ଫି- ଏହି ମିଠାରେ ପୋଷକ ତତ୍ତ୍ବ ଭରପୂର ମାତ୍ରାରେ ରହିଥାଏ । ଏଥିରେ ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ରହିଥାଏ । ଏହା ନେଚୁରାଲ ମିଠା ହୋଇଥାଏ । ଏହା ଖାଇବା ଦ୍ବାରା ଅଧିକ ମାତ୍ରାରେ ଶର୍କରା ବୃଦ୍ଧି ହୁଏ ନାହିଁ । ଏହାକୁ ଘରେ ତିଆରି କରି ମଧ୍ୟ ଖାଇପାରିବେ ।

ନଡିଆ ଲଡୁ- ଏହା ମଧ୍ୟ ଡାଇବେଟିସ ରୋଗୀ ଖାଇପାରିବେ । ମିଠା କରିବା ପାଇଁ ଚିନି ବଦଳରେ ଖଜରାର ବ୍ୟବହାର କରିପାରିବେ । ଏହାସହିତ ନଡିଆରେ ଫାଇବର ରହିଥାଏ । ଯାହାକି ରକ୍ତ ଶର୍କରାର ମାତ୍ରାକୁ ନିୟନ୍ତ୍ରିତ ରଖିଥାଏ ।

ଶୁଖିଲା ଫଳ ଚକୋଲେଟ- ଡାର୍କ ଚକୋଲେଟରେ ଚିନିର ମାତ୍ରା କମ୍ ରହିଥାଏ । ଏହା ଆଣ୍ଟି ଅକ୍ସିଡେଣ୍ଟରେ ଭରପୂର ରହିଥାଏ । ଅଖରୋଟ, କାଜୁ ଏବଂ ବାଦାମକୁ ମିଶାଇ ଏକ ମିଠା ପ୍ରସ୍ତୁତ କରି ଖାଇପାରିବେ । ଯାହାକି ଶରୀର ପାଇଁ ମଧ୍ୟ ଲାଭଦାୟକ ଅଟେ ।

ମିଲେଟ୍ ହାଲୁଆ- ଜଓ୍ବା ଏବଂ ବାଜରାର ହାଲୁଆ ଶରୀର ପାଇଁ ପୌଷ୍ଟିକ ହୋଇଥାଏ । ଏଥିରେ ଚିନି ବଦଳରେ ଗୁଡର ବ୍ୟବହାର କରିପାରିବେ । ଅନାଜ ଫାଇବର ଏବଂ ପୋଷକ ତତ୍ତ୍ବରେ ଭରପୂର ରହିଥାଏ । କିନ୍ତୁ ଘିଅର ମାତ୍ରା କମ୍ ରଖିବା ଜରୁରୀ ଅଟେ ।