ଚଳିତବର୍ଷ ହୋଇପାରେ ତୃତୀୟ ବିଶ୍ୱଯୁଦ୍ଧ: ଜ୍ୟୋତିର୍ବିଦଙ୍କ ଭବିଷ୍ୟବାଣୀଙ୍କୁ ନେଇ ଲାଗୁଛି ଡର

ନୂଆଦିଲ୍ଲୀ: ଅନେକ ଜ୍ୟୋତିର୍ବିଦ ପୃଥିବୀର ବୟସ ଏବଂ ବିନାଶ ଉପରେ ଭବିଷ୍ୟବାଣୀ କରିଛନ୍ତି । କିନ୍ତୁ ଫ୍ରାନ୍ସର ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାକୁ ନେଇ ଲୋକଙ୍କ ମନରେ ଛନକା ପଶିଛି । କାରଣ ତାଙ୍କ ଅଧିକାଂଶ ଭବିଷ୍ୟବାଣୀରେ ସତ୍ୟତା ରହିଛି । ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କୁ ନେଇ ତାଙ୍କର ଭବିଷ୍ୟବାଣୀ ମଧ୍ୟ ସମ୍ପୂର୍ଣ୍ଣ ସତ ବୋଲି ପ୍ରମାଣ ହୋଇଛି । ଏହାପରେ ବିଶ୍ୱକୁ ନେଇ ସେ କରିଥିବା ଭବିଷ୍ୟବାଣୀ ସମସ୍ତଙ୍କ ମନରେ ଭୟ ଆଣି ଦେଇଛି ।

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ବିଷୟରେ ଭବିଷ୍ୟବାଣୀ ପରେ ଜ୍ୟୋତିର୍ବିଦ କ୍ରେଗ ହାମିଲଟନ ପାର୍କରଙ୍କୁ ‘ନୂଆ ନୋସ୍ତ୍ରାଦମସ୍ ନାମରେ’ ଆଉ ଏକ ପରିଚୟ ମିଳିଲା । ତେବେ ୨୦୨୩ ମସିହାରେ ବିଶ୍ୱକୁ ନେଇ ସେ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ଏହିବର୍ଷ ହିଁ ବିଶ୍ୱ ବିନାଶର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି କ୍ରେଗ ପାର୍କର । ଏହି ବର୍ଷରେ ବିଶ୍ୱଯୁଦ୍ଧ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ଜ୍ୟୋତିର୍ବିଦ । ତେବେ ତାଙ୍କ କହିବା ଅନୁସାରେ, ତାଇୱାନରେ ଏକ ବିରାଟ ଧରଣର ବିମାନ ଦୁର୍ଘଟଣା ଘଟିବ, ଯାହା ୨ପାଲଟିବ ବିଶ୍ୱଯୁଦ୍ଧର ପ୍ରଥମ କାରଣ । ବର୍ତ୍ତମାନ ଚୀନ ଏବଂ ତାଇୱାନ ମଧ୍ୟରେ ଲାଗିରହିଛି ବିବାଦ । ତାଇୱାନ ନିଜକୁ ସ୍ୱତନ୍ତ୍ର ରାଷ୍ଟ୍ର କରିବା ପାଇଁ ଚାହୁଁଥିବା ବେଳେ ଛୀନ ଏହାକୁ ନିଜ ଦେଶର ବୋଲି ଦାବି କରି ଆସୁଛି । ଆମେରିକାର ହସ୍ତକ୍ଷେପ ପରେ ବି ସ୍ଥିତି ସୁଧୁରିନାହିଁ ।

ସେପଟେ ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷଟିଏ ପୂରି ଯାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ବାହାରି ପାରିନି । ତେବେ ଚୀନ ଏବଂ ତାଇୱାନ ମଧ୍ୟରେ ତିକ୍ତତା ଆହୁରି ଭୟଙ୍କର ରୂପ ନେବ । ଯାହା ଫଳରେ ଯୁଦ୍ଧ ହେବା ସହିତ ଖଣ୍ଡ ବିଖଣ୍ଡିତ ହୋଇଯିବ । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅନେକ ଥର ତୃତୀୟ ବିଶ୍ୱଯୁଦ୍ଧକୁ ନେଇ ଆଶଙ୍କା ଦେଖାଦେଇଛି । ହେଲେ ସେପରି ପରିସ୍ଥିତି ଆସିନାହିଁ । କିଛି ପାଶ୍ଚାତ୍ୟ ଦେଶ ୟୁକ୍ରେନକୁ ସାହାଯ୍ୟର ହାତ ବଢାଇଥିବା ବେଳେ ଋଷ ଅନ୍ୟପଟେ ଏକା ହୋଇଯାଇଛି । କୌଣସି ରାଷ୍ଟ୍ର ଋଷ ସହ ସିଧାସଳଖ ସାମିଲ ହେଉ ନାହାନ୍ତି । ଏହି ବିବାଦ ସାରା ବିଶ୍ୱକୁ ଦୁଇ ଭାଗରେ ବିଭକ୍ତ କରି ଦେବ । ଉଭୟଙ୍କ ମଧ୍ୟରେ ତିକ୍ତତା ଏବଂ ହିଂସ-ପ୍ରତିହିଂସାରେ ତୃତୀୟ ବିଶ୍ୱଯୁଦ୍ଧକୁ ଜନ୍ମ ଦେବ ବୋଲି ଭବିଷ୍ୟବାଣୀ କରିଥିଲେ କ୍ରେଗ ହାମିଲଟନ ପାର୍କର । ତେବେ ତାଙ୍କର ଏହି ଭୟଙ୍କର ଭବିଷ୍ୟବାଣୀ ଲୋକଙ୍କ ମନରେ ଏକ ଛନକା ଭରି ଦେଇଛି । ସତରେ କ’ଣ ୨୦୨୩ରେ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ ।