fbpx
BSKY SKY
BSKY SKY

(Video) ପୋଖରୀ ଚୋରି କଲେ ବିହାରର ଚୋର; ସରକାର ଅଶ୍ଚର୍ଯ୍ୟ କୁଆଡ଼େ ଗଲା ପୋଖରୀ

BSKY

ପାଟନା: (ଓଡ଼ିଶା ଭାସ୍କର) ମୁଣ୍ଡଖଟାଇ ପୋଖରୀ ଗାଏବ କଲେ ମାଫିଆ । ରାତାରାତି ପୋତି ସୁଖେଇଦେଲେ ପୁରା ପାଣି । ସରକାର ଅଶ୍ଚର୍ଯ୍ୟ କୁଆଡ଼େ ଗଲା ପୋଖରୀ । ସରକାର ଦେଖିବା ଆଗରୁ ଗାଏବ ପୋଖରୀ । ଆପଣ ସୁନା ଚୋରୀ ଆଉ ଟଙ୍କା ଚୋରୀ କଥା ଜାଣିଥିବେ । କିନ୍ତୁ କେବେ ଜାଣିନଥିବେ ଯେ ଏମିତି କେହି ପୋଖରୀ ଗାଏବବି କରିଦେବ । ଯାହାକୁ ଦେଖି ରାଜ୍ୟ ସରକାର ଆଶ୍ଚର୍ଯ୍ୟ । ଯେଉଁଠି ପୋଖରୀକୁ ଚିହନ୍ନଟ କରିଥିଲେ । ସେହି ପୋଖରୀକୁ ମାପ କରିବାକୁ ଆସିଲାବେଳକୁ ପୋଖରୀ ହୋଇଯାଇଛି ଗାଏବ ।

ଅଭିଯୋଗ ମୁତାବକ, ଚୋରି ଖବରଟି ବିହାର ରାଜ୍ୟର ଦରଭଙ୍ଗା ଜିଲ୍ଲାରୁ ଆସିଛି ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ଏକ ସରକାରୀ ପୋଖରୀ ରହିଥିଲା। ହେଲେ କେତେକ ଜମି ମାଫିଆ ସମ୍ପୃକ୍ତ ପୋଖରୀକୁ ପୋତିଦେଇ ସେଠାରେ ଏକ ଚାଳଘର ନିର୍ମାଣ କରିଛନ୍ତି। ଫଳରେ ଜମି ମାଫିଆ ଉକ୍ତ ପୋଖରୀକୁ ଚୋରି କରିନେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଘଟଣାରେ ସମ୍ପୃକ୍ତ କାହାରିକୁ ଗିରଫ କରି ନ ଥିବା ଜଣାପଡିଛି।

Get real time updates directly on you device, subscribe now.