ପରିବା ଦୋକାନରୁ ୭୦ ହଜାର ଟଙ୍କାର ଲେମ୍ବୁ ହେଲା ଚୋରି, ବାକି ପରିବାରେ ହାତ ଲଗାଇଲେନି…

ମୋଦୀନଗର: ଦେଶରେ ବର୍ତ୍ତମାନ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ ହୋଇଛି । ସେହିପରି ଲେମ୍ବୁ ମଧ୍ୟ ଚଢ଼ା ଦରରେ ବିକ୍ରି ହେଉଛି । ତେବେ ଲମ୍ବୁର ଦାମରେ କି ବୃଦ୍ଧି ହେଲା ଯେ ଏହା ଉପରେ ଚୋରଙ୍କ ନଜର ଲାଗିଯାଇଛି ।

ଏବେ ଏପରିକି କିଛି ଖବର ଦିଲ୍ଲୀ ମୋଦିନଗରରୁ ଆସିଛି । ଯେଉଁଠାରେ ଚୋରମାନେ ପନିପରିବା ବଜାରରୁ ୧୨ ବସ୍ତା ଲେମ୍ବୁ ଚୋରି କରିଛନ୍ତି। ଯାହାର ବଜାର ମୂଲ୍ୟ ୭୦ ହଜାର ଟଙ୍କା ବୋଲି କୁହାଯାଉଛି। ବିଶେଷ କଥା ହେଉଛି ଚୋରମାନେ ଅନ୍ୟ କୌଣସି ପନିପରିବାକୁ ସ୍ପର୍ଶ ମଧ୍ୟ କରିନାହାନ୍ତି। ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ଫୁଟେଜରୁ ଚୋରମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା କରୁଛି।

ଭୋଜପୁରର ଫରିଦନଗର ସହରର ବାସିନ୍ଦା ରସିଦଙ୍କ ଦୋକାନରୁ ଏହି ଚୋରି ହୋଇଛି । ବୁଧବାର ସକାଳେ ସେ ଯେତେବେଳେ ହାପୁର ରୋଡରେ ପରିବା ବଜାରରେ ପହଞ୍ଚି ଦୋକାନ ଖୋଲିବା ପରେ ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । କାରଣ ଦୋକାନରେ ଗୋଟିଏ ବି ଲେମ୍ବୁ ନଥିଲା । କିନ୍ତୁ ଅଶ୍ଚର୍ଯ୍ୟର କଥା ହେଉଛି ଯେ, ଅନ୍ୟ ପରିବାଗୁଡିକ ଯେମିତି ଥିଲା ସେମିତି ରହିଛି । ଯେତେବେଳେ ବଜାରର ସିସିଟିଭି କ୍ୟାମେରା ଯାଞ୍ଚ ହେଲା, ସେତେବେଳେ ଚୋରମାନଙ୍କ କଥା ଜଣାପଡ଼ିଥିଲା ।

ଜାଣିବାକୁ ମିଳିଥିଲା ଯେ ଚୋରମାନେ ଲେମ୍ବୁ ଚୋରି କରିବା ପାଇଁ ଏକ କାର ଆଣିଥିଲେ। ଅଖାଗୁଡ଼ିକୁ କାରରେ ରଖି ନେଇ ଯାଇଥିଲେ । ଏହି ଖବର ଜଣାପଡ଼ିବା ପରେ ସେ ଅଞ୍ଚଳରେ ପ୍ରବଳ ଜନସମାଗମ ହୋଇଥିଲା। କିଛି ସମୟ ପରେ ପୋଲିସ ମଧ୍ୟ ପହଞ୍ଚିଥିଲା। ଅଭିଯୋଗ ଗ୍ରହଣ କରିବା ପରେ ଏକ ମାମଲା ପଞ୍ଜୀକୃତ ହେବ ବୋଲି ଆଉଟପୋଷ୍ଟର ଦାୟିତ୍ୱରେ ଥିବା ପ୍ରୀତି ସିଂ କହିଛନ୍ତି। ଫୁଟେଜରୁ ଚୋରମାନଙ୍କୁ ଚିହ୍ନିବା ପାଇଁ ଉଦ୍ୟମ ଚାଲିଥିବା ପୋଲିସ କହିଛି ।

 

Get real time updates directly on you device, subscribe now.