Breaking: ଘର ଭିତରେ ଦମ୍ପତ୍ତିଙ୍କୁ ବାନ୍ଧି ସର୍ବସ୍ୱ ଲୁଟିନେଲେ ଚୋର
ଚୋରି କରିବାକୁ ଘର ଭିତରେ ପଶିଲେ। ଦମ୍ପତ୍ତିଙ୍କୁ ସେହି ଘର ଭିତରେ ବାନ୍ଧି ତାଙ୍କରି ଆଖି ସାମ୍ନାରେ ସର୍ବସ୍ୱ ଲୁଟିନେଲେ।
ସୋର: ଘରେ ପଶି ଦମ୍ପତ୍ତିଙ୍କୁ ବାନ୍ଧିଲେ। ଆଉ ଘରେ କଳାକନା ବୁଲାଇ ଦେଲେ ଚୋର। ରାତି ଅଧରେ ପାଞ୍ଚ ଜଣ ଲୁଟେରା ଘରର ଭିତରେ ପଶିଲେ। ଆଉ ସୁନା ଗହଣା ଟଙ୍କା ପଇସା ଯାହା ପାଇଲେ ସବୁ ଲୁଟିଲେ। ଆଉ ଯେତେବେଳେ ସେହି ଘରର ଲୋକ ଅର୍ଥାତ୍ ସ୍ୱାମୀ ସ୍ତ୍ରୀ ଲୁଟେରା ମାନଙ୍କୁ ବାଧା ଦେବାକୁ ଚେଷ୍ଟା କଲେ।
ସେତେବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ପ୍ରଥମେ ସେହି ଘର ଭିତରେ ବାନ୍ଧି ଦେଲେ। ଆଉ ପରେ ତାଙ୍କରି ଆଖି ସାମ୍ନାରେ ସବୁ ସୁନା ଗହଣା ଟଙ୍କା ଲୁଟେନେଲେ। ଆଉ ସବୁ ଦେଖି ମଧ୍ୟ କିଛି କରିପାରିଲେ ନାହିଁ ଦମ୍ପତ୍ତି।
ହଁ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ସୋରରେ। ଗତକାଲି ରାତିରେ ଜଣେ ଦମ୍ପତ୍ତିଙ୍କ ଘରେ ପଶି ଲୁଟ୍ କରିବାକୁ ଚେଷ୍ଟା କରିଥିଲେ ୫ ଜଣ ଚୋର। ଏହାକୁ ଦମ୍ପତ୍ତି ବିରୋଧ କରିବାରୁ ତାଙ୍କୁ ଘର ଭିତରେ ବାନ୍ଧି ସୁନା ଅଳଙ୍କାର ସହ ନଗଦ ୩୦ ହଜାର ଟଙ୍କା ଲୁଟି ଚମ୍ପଟ ମାରିଲେ।