fbpx

ଘରେ ହିଁ କରନ୍ତୁ ଜଙ୍ଘ ଚର୍ବି ହ୍ରାସ, ଏକ୍ସରସାଇଜର ଏହି ଟିପ୍ସକୁ ଆପଣାନ୍ତୁ

ଶରୀର ପରିଚାଳନା ଓ ଶରୀରର ସମସ୍ତ ଓଜନ ଉଠାଇବା ପାଇଁ ଜଙ୍ଘର ଫିଟନେସ ନିହାତି ଆବଶ୍ୟକ ହୋଇଥାଏ । ଏଥିରେ ଚର୍ବି ଲାଗିଲେ ଆମ ବ୍ୟକ୍ତିଗତ ଫିଟନେସକୁ ଏହା ଅଧିକ ପ୍ରଭାବିତ କରିଥାଏ । ଆମ ଶରୀରର ବିଭିନ୍ନ ଅଙ୍ଗ ପାଇଁ ଭିନ୍ନ ଭିନ୍ନ ବ୍ୟାୟାମ ରହିଥାଏ । ଯଦି ଆପଣ ଜିମ ଯାଉଥାନ୍ତି ତେବେ ଜିମ ଟ୍ରେନର ହିସାବରେ ଶରୀରର କିଛି ଅଙ୍ଗକୁ ଆପଣ ଫୋକସ କରିପାରିବେ । ହେଲେ ଯଦି ଘରେ ରହୁଥାନ୍ତି ତେବେ ଏହି ଏକ୍ସରସାଇଜ ଦ୍ୱାରା ଆପଣ ଜଙ୍ଘର ଚର୍ବିକୁ ହ୍ରାସ କରିପାରିବେ ।

ସାଇକେଲିଂ କରନ୍ତୁ
ଆପଣଙ୍କ ଘରପାଖେ ଥିବା ଫାଙ୍କା ଜାଗାରେ ସାଇକେଲିଙ୍ଗ କରନ୍ତୁ । ସାଇକେଲିଂ କରିବା ଦ୍ୱାରା ଜଙ୍ଘର ଚର୍ବି ଶୀଘ୍ର ହ୍ରାସ ହୋଇଥାଏ । ଯଦି ସାଇକେଲିଂ କରିବାକୁ ଯାଇପାରୁନାହାନ୍ତି ତେବେ ତଳେ ଶୋଇ ଗୋଡ ଉପରକୁ କରି ସାଇକେଲିଂ କରନ୍ତୁ ।

ପାହାଚ ଚଢନ୍ତୁ
ଘରେ ଥିବା ଛାତ ଉପରକୁ ସିଡିରେ ଆପଣ ଚଢି ଯିବା ଆସିବା କରନ୍ତୁ । ଏହାଦ୍ୱାରା ଜଙ୍ଘରେ ଥିବା ମାଂସପେଶୀ ଗୁଡ଼ିକର ଭଲ ଏକ୍ସରସାଇଜ ହୋଇଥାଏ । ପାହାଚ ଚଢିବା ଦ୍ୱାରା ଆମେ ଆମ ସମ୍ପୂର୍ଣ୍ଣ ଶରୀରକୁ ଉପରକୁ ଉଠାଇଥାଉ । ଏହାଦ୍ୱାରା ମାଂସପେଶୀର ଭଲ ୱାର୍କଆଉଟ ହୋଇଥାଏ ।

ଏପରି କରନ୍ତୁ ଏକ୍ସରସାଇଜ
ଛାତକୁ ଅନାଇ ତଳେ ଶୋଇପଡନ୍ତୁ । ଦୁଇ ହାତକୁ ଚଟଣା ଉପରେ ରଖି ପାଦ ଦୁଇଟିକୁ ୩୦ଡିଗ୍ରୀ ସିଧାରେ ଉଠାନ୍ତୁ । ଏହାକୁ ସେହିପରି ୫ସେକେଣ୍ଡ ରଖନ୍ତୁ । ଏହାପରେ ପୁଣି ଗୋଡକୁ ତଳକୁ ଆଣନ୍ତୁ । ଏହି ପ୍ରକ୍ରିୟାକୁ ୧୦ଥର କରନ୍ତୁ ।

ଖାଦ୍ୟପେୟରେ ପରିବର୍ତ୍ତନ ଆଣନ୍ତୁ
ବାୟାମ କରିବା ସହ ସମ୍ପୂର୍ଣ୍ଣ ଶରୀରର ଓଜନ କମ କରିବା ପାଇଁ ଖାଦ୍ୟପେୟକୁ ପରିବର୍ତ୍ତନ କରିବା ପଡିବ । ଯେଉଁ ଖାଦ୍ୟରେ ପ୍ରୋଟିନ ଓ ଫାଇବର ଅଧିକ ଥିବ ସେହି ଖାଦ୍ୟ ଖାଇଲେ ଏହା ଚର୍ବି ହ୍ରାସ କରିବାରେ ଅଥିକ ଉପଯୋଗି ହୋଇଥାଏ । ଏହାସହ ପାଣି ପ୍ରଚୁରମତ୍ରାରେ ପିଅନ୍ତୁ । ଖାଦ୍ୟରେ ସବୁଜ ପନିପରିବା ସହ ଫଳ ମଧ୍ୟ ଖାଆନ୍ତୁ । ରିଫାଇଣ୍ଡ କାର୍ବୋହାଇଡ୍ରେଟ ଏବଂ ଚିନି କମ କରନ୍ତୁ ।ଏହାସହ ଆପଣ ଅଞ୍ଜନେୟାସନ, ସେତୁବନ୍ଧ ଆସନ କିମ୍ବା ବୀରଭଦ୍ର ଯୋଗାସନ କରନ୍ତୁ ଯାହାଦ୍ୱାରା ଆପଣଙ୍କ ଜଙ୍ଘରୁ ଚର୍ବି ହ୍ରାସ ହେବ ।

Get real time updates directly on you device, subscribe now.