fbpx

ଆଧାରକାର୍ଡ ପାଇଁ ନୂଆ ଗାଇଡଲାଇନ୍ ଜାରି କଲେ ସରକାର: ଏଣିକି ପ୍ରତି ୧୦ ବର୍ଷରେ କରିବାକୁ ପଡ଼ିବ…

ନୂଆଦିଲ୍ଲୀ: ଯଦି ଆପଣ ୧୦ ବର୍ଷ ପୂର୍ବେ ଆଧାରକାର୍ଡ ପ୍ରସ୍ତୁତ କରିଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଏକ ଗାଇଡଲାଇନ୍ ଜାରି କରିଛି । ୧୦ ବର୍ଷ ପୂର୍ବେ ଆଧାର କାର୍ଡ ପ୍ରସ୍ତୁତ କରିଥିବା ଲୋକଙ୍କ ପାଇଁ ଏହି ପରିବର୍ତ୍ତନ କରାଯାଇଛି । ଯଦି ଆଧାର କାର୍ଡରେ କୌଣସି ଭୁଲ ଅଛି ବା କୌଣସି ପ୍ରମାଣପତ୍ର ଦେଇ ଅପଡେଟ କରିନାହାନ୍ତି, ତେବେ ଅବଶ୍ୟ କରାଇନିଅନ୍ତୁ ।

ଲୋକମାନଙ୍କ ଡାଟା ସଠିକ୍ କରିବା ହିଁ ଏହାର ଲକ୍ଷ୍ୟ । ଏବେ କିଛି ଲୋକ ହିଁ ନିଜ ଆଧାର କାର୍ଡରେ ପରିବର୍ତ୍ତନ କରୁଛନ୍ତି । ଏହା ଦ୍ୱାରା ନକଲି ଉପାୟରେ ବାହାର କରାଯାଉଥିବା ଆଧାରକାର୍ଡରୁ ଆପଣ ସଚେତନ ରହିପାରିବେ । ଏହା ସହ ଡାଟା ଅପଡେଟ କରିବା ଦ୍ୱାରା ଅନ୍ୟ ଯୋଜନାର ଲାଭ ଉଠାଇବାକୁ ମଧ୍ୟ ସହଜ ହେବ ।

କାର୍ଡ ଅପେଡଟ କରିବାକୁ ସେଣ୍ଟର ଯିବାକୁ ପଡ଼ିବ । ଏହା ସହ ବ୍ୟକ୍ତିକୁ ସାଙ୍ଗରେ ଫଟୋ ଆଇଡି ନେଇ ଯିବାକୁ ପଡ଼ିବ । ସେଥିରେ ଘରର ସମ୍ପୂର୍ଣ୍ଣ ଠିକଣା ଥିବା ଆବଶ୍ୟକ । ଫଟୋ ଆଇଡିରେ ଡ୍ରାଇଭିଂ ଲାଇସେନ୍ସ ବି ଦେଇପାରିବେ । ଅପଡେଟ କରିବା ପାଇଁ କିଛି ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିପାରେ ।

Get real time updates directly on you device, subscribe now.