fbpx

ଠିକା କାମକୁ ନେଇ ଆକ୍ରମଣରେ ଜଣେ ଗୁରୁତର

ଆକ୍ରମଣର ଶିକାର ହୋଇଥିବା ପ୍ରମୋଦ ମହିକାପଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣା ଘଟିଛି ନନ୍ଦିପଦା ଥାନା ମରୈଙ୍ଗା ଛକରେ । ମରୈଙ୍ଗା ଠାରେ ଠିକା କାମ କରି ଚଳୁଥିବା ମହିକାପଙ୍କୁ କିଛି ଲୋକ ତାଙ୍କୁ ବିରୋଧ କରିଥିଲେ । ଏହାକୁ ନେଇ ଗ୍ରାମର ଶରତ ସେଠୀ ଏବଂ ତାଙ୍କ ଭାଇ ଆକ୍ରମଣ କରିଥିଲେ । ବୁଧବାର ସକାଳୁ ପ୍ରମୋଦ ମରୈଙ୍ଗା ଛକରେ ଠିଆ ହୋଇଥିବା ବେଳେ ଶରତ ଏବଂ ତାଙ୍କ ଭାଇ ଏକ ପନିକିରେ ଆକ୍ରମଣ କରିଥିଲେ । ଫଳରେ ପ୍ରମୋଦ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଅନ୍ୟପକ୍ଷରେ ଆକ୍ରମଣ କରିଥିବା ଶରତ ସେଠୀଙ୍କ ନାମରେ ଆଗରୁ ୱାରେଣ୍ଟ ଅଛି କିନ୍ତୁ ପୋଲିସ ଜାଣିଶୁଣି ଚୁପ୍ ବସିଥିବା ପ୍ରମୋଦ କହିଛନ୍ତି ।

Get real time updates directly on you device, subscribe now.