fbpx

ଆଇପିଏଲ ଟାଇଟଲ ଜିତିବା ଅନ୍ତର୍ଜାତୀୟ ସଫଳତାର ଗ୍ୟାରେଣ୍ଟି ଦେଇନଥାଏ: ଗାଭାସ୍କର

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପରେ ଭାରତର ଅଭିଯାନ ଶେଷ ହେବା ପରେ ଏବେ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ମାଟିରେ ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ୍ ପାଇଁ ଧଳା ବଲ୍ କ୍ରିକେଟ୍ର ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ଅଧିନାୟକ କରାଯାଇଛି। ଏହି କ୍ରମରେ ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର କହିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ ଯେ, ରୋହିତ ଜଣେ ଭଲ ଅଧିନାୟକ ହୋଇ ପାରିବେ। ସେ ଦଳକୁ ଆଗେଇ ନେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ।
ଟି-୨୦ ଅନ୍ତର୍ଜାତୀୟ ଦଳରେ ରୋହିତ ଅଧିନାୟକ ହେବା ଭାରତୀୟ ଟି-୨୦ କ୍ରିକେଟ୍ରେ ନୂତନ ଯୁଗର ଆରମ୍ଭ ହେଉଛି। ରୋହିତ ଦଳକୁ ଆଗକୁ ନେଇ ଯିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଗାଭାସ୍କର କହିଛନ୍ତି। ଗାଭାସ୍କରଙ୍କ ମତରେ ରୋହିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଟ୍ରଫି ଦେଇଛନ୍ତି ହେଲେ ଅନ୍ତର୍ଜାତୀୟ ଦଳର ନେତୃତ୍ଵ ନେବା ଅଲଗା କଥା। ତେଣୁ ଆଇପିଏଲର ସଫଳତା ଅନ୍ତର୍ଜାତୀୟ କ୍ରିକେଟ୍ରେ ଦୋହରାଇବାର କୌଣସି ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ ବୋଲି ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି।
ଏକ ଫ୍ରାଞ୍ଚାଇଜିର ନେତୃତ୍ଵ ନେବା ଏବଂ ଜାତୀୟ ଦଳର ନେତୃତ୍ଵ ନେବା ସଂପୂର୍ଣ୍ଣ ଭିନ୍ନ ଅଟେ। ରୋହିତ ନିଜ ନେତୃତ୍ଵରେ ପାଞ୍ଚ ଆଇପିଏଲ ଟ୍ରଫି ଜିତିଛନ୍ତି। ମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍ରେ ଏହି ସଫଳତା ପାଇବେ ବୋଲି ତାର ଗ୍ୟାରେଣ୍ଟି ନାହିଁ ବୋଲି ଗାଭାସ୍କର କହିଛନ୍ତି। ରୋହିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ସବୁଠୁ ସଫଳ ଅଧିନାୟକ। ସେ ନିଜ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି। ସେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅନ୍ତର୍ଜାତୀୟ ମ୍ୟାଚ୍ରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି। ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ନିଦହାସ ଟ୍ରଫି ବ୍ୟତୀତ ଏସିଆ କପ୍ ୨୦୧୮ ମଧ୍ୟ ଜିତିଛି।

Get real time updates directly on you device, subscribe now.