fbpx

ଜଣକୁ ଫାଶୀ ଦେବା ପୂର୍ବରୁ ଓ ପରେ କ’ଣ ସବୁ କରାଯାଇଥାଏ, ଆସନ୍ତୁ ଜାଣିବା

ଫାଶୀ! ଏଇ ଶବ୍ଦଟି ଶୁଣିବା ପରେ ସମସ୍ତଙ୍କ ମନରେ ଛନକା ପଶିଯାଏ । ଏକପ୍ରକାର ଭୟର ବାତାବରଣ ଆମ ମନ ଭିତରେ ଗୁଞ୍ଜରିତ ହୋଇଉଠେ । ଦିଲ୍ଲୀରେ ଘଟିଥିବା ନିର୍ଭୟା ମାମଲାରେ ଚାରିଜଣ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲା ଯାଇଥିଲା । ସେତେବେଳେ ସାରା ଦେଶ ସତେ ଯେମିତି ସ୍ତବ୍ଧ ହୋଇଯାଇଥିଲା । ମାତ୍ର ଆପଣମାନେ ହୁଏତ ଜାଣିନଥିବେ, ଦୋଷୀମାନେ ଫାଶୀ ପାଇବା ପୂର୍ବରୁ ସେମାନଙ୍କୁ ନିଜର ଅନ୍ତିମ ଇଚ୍ଛା ବିଷୟରେ ପଚରା ଯାଏ । ଜିଲ୍ଲା ପ୍ରଶାସନ ଦୋଷୀମାନଙ୍କର ସେହି ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରିଥାନ୍ତି ।

ନିୟମ ମୁତାବକ ଦୋଷୀକୁ ଫାଶୀ ପାଇବା ଦିନ ସକାଳ ୫ଟାରେ ବିଛଣାରୁ ଉଠାଯାଏ । ତା’ପରେ ତାକୁ ଚା’ ପିଇବାକୁ ଦିଆଯାଏ । ତା’ର ଇଚ୍ଛା ଅନୁଯାୟୀ ତାକୁ ଧର୍ମଗ୍ରନ୍ଥ ପଢ଼ିବାକୁ ଦିଆଯାଏ । ଏହା ପୂର୍ବରୁ ତା’ର ଅନ୍ତିମ ଇଚ୍ଛା ପଚରା ଯାଇଥାଏ । ଫାଶୀ ଦେବା ସମୟରେ ସେ ସ୍ଥାନରେ ଉପସ୍ଥିତ ସମସ୍ତ ଅଧିକାରୀ ନିଜ ନିଜର ଆଖି ବନ୍ଦ କରିବାକୁ କୁହାଯାଏ । ପ୍ରାୟ ୧ ମିନିଟ ପରେ ଘାତକ ଦୋଷୀକୁ ଫାଶୀ ଦେଇଥାଏ । ଏହାପରେ ସେଠାରେ ଥିବା ଡାକ୍ତର ଶବକୁ ଯାଞ୍ଚ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥାନ୍ତି । ଏହାପରେ ଜେଲ ସୁପରିଟେଣ୍ଡେଣ୍ଟ ଦୋଷୀର ଶବକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥାନ୍ତି ।

Get real time updates directly on you device, subscribe now.