fbpx

ସିସିଟିଭି କିଣିବାକୁ ଭାବୁଛନ୍ତି କି? ପୁରୁଣା ଫୋନ୍ ସିସିଟିଭି କ୍ୟାମେରା ହୋଇଯିବ !

ନୂଆଦିଲ୍ଲୀ : ବଜାରରେ ସିସିଟିଭି କ୍ୟାମେରା ୩ ହଜାରରୁ ଆରମ୍ଭ ହୋଇ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଛି । ଯଦି ଆପଣ ସିସିଟିଭି କଣିବା କଥା ଚିନ୍ତା କରୁଛନ୍ତ ତେବେ ଅଯଥା ଟଙ୍କା କାହିଁକି ଖର୍ଚ୍ଚ କରିବେ । ଆପଣଙ୍କ ହାତ ପାହାନ୍ତାରେ ଘରେ ପଡିଥିବା ଅଦରକାରୀ ବସ୍ତୁ ମଧ୍ୟ ସିସିଟିଭି କ୍ୟାମେରା ମଧ୍ୟ କିରିପାରିବେ । ଆମେ କହୁଛୁ ଘରେ ପଡିଥିବା ପୁରୁଣା ସ୍ମାର୍ଟ ଫୋନ୍ ବିଷୟରେ….ଯଦି ଆପଣଙ୍କ ଘରେ ପୁରୁଣା ସ୍ମାର୍ଟଫୋନ୍ ଅଛି, ତେବେ କବାଡିଆକୁ ବିକ୍ରୟ କରିବା ପରିବର୍ତ୍ତେ ଆପଣ ଏହାକୁ ସିସିଟିଭି କ୍ୟାମେରାରେ ପରିଣତ କରିପାରିବେ । ଏଥିପାଇଁ କୌଣସି ଅତିରିକ୍ତ ଉପକରଣ ନେବା ଆବଶ୍ୟକ ନାହିଁ । ଯଦି ଫୋନର କ୍ୟାମେରା ସଠିକ୍, ତେବେ ଏହାକୁ ସହଜରେ ଏକ ସିସିଟିଭି କ୍ୟାମେରାରେ ପରିଣତ କରାଯାଇପାରିବ ।

କେତେ ଖରାପ ଫୋନ୍ ସିସିଟିଭି କ୍ୟାମେରାରେ ପରିଣତ ହେବ।

ସର୍ବପ୍ରଥମେ ପୁରୁଣା ଫୋନରେ ଗୁଗୁଲ୍ ପ୍ଲେ ଷ୍ଟୋର ଆଇପି ୱେବକ୍ୟାମ୍ ଆପ୍ ଡାଉନଲୋଡ କରନ୍ତୁ ।

ଏହା ପରେ, ଆପ୍ ଖୋଲନ୍ତୁ ଏବଂ ତଳେ ଥିବା ଷ୍ଟାର୍ଟ ସର୍ଭର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।

ଏହା ପରେ ଆପ୍ ଆପଣଙ୍କୁ କିଛି ଅନୁମତି ମାଗିବ, ଆପଣଙ୍କୁ ସେହି ଅନୁମତି ଦେବାକୁ ପଡିବ ।

ଏହା ପରେ ଆପଣଙ୍କ ସ୍ମାର୍ଟଫୋନରେ କ୍ୟାମେରା ଖୋଲିବ ।

ତା’ପରେ ସ୍କ୍ରିନ୍ ତଳେ ଏକ ଆଇପି ଆଡ୍ରେସ ଦେଖାଯିବ ।

ସେହି ଆଇପି ଆଡ୍ରେସ କୁ ନେଟ୍ କରିବାକୁ ହେବ ।

ତା’ପରେ ବ୍ରାଉଜର୍ ଲିଙ୍କ୍ ଆଡ୍ରେସ୍ ବାରରେ ଆଇପି ଟାଇପ୍ କରିବେ ।

ତା’ପରେ ଆଇପି ୱେବକ୍ୟାମ ୱେବସାଇଟ୍ ଖୋଲିବ ।

ଆପଣଙ୍କ ସାମ୍ନାରେ ଦୁଇଟି ଅଫସନ୍ ଦେଖାଯିବ । ଏଥିରେ ଭିଡିଓ ରେଣ୍ଡରିଂ ଏବଂ ଅଡିଓ ପ୍ଲେୟାର ଦିଆଯିବ । ଏଥିରେ ଭିଡିଓ ଚଲାଇବା ପାଇଁ, ଭିଡିଓ ରେଣ୍ଡରିଂ ଅପ୍ସନ୍ ଚୟନ କରିବାକୁ ପଡିବ ଏବଂ ତା’ପରେ ବ୍ରାଉଜର୍ ଅପ୍ସନ୍ କ୍ଲିକ୍ କରିବାକୁ ପଡିବ । ଯଦି ଆପଣ ଭିଡିଓ ସହିତ ଅଡିଓ ଚଲାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଅଡିଓ ପ୍ଲେୟାର ସହିତ ଫ୍ଲାସ ଅପ୍ସନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ସୂଚନା- ପୁରୁଣା ସ୍ମାର୍ଟଫୋନ୍ ର ଅର୍ଥ ନୁହେଁ ଯେ ଫୋନ୍ ସବୁ ଦିଗରୁ କାମ କରୁନାହିଁ । ଯେତେବେଳେ ସ୍ମାର୍ଟଫୋନ୍ କାର୍ଯ୍ୟକ୍ଷମ ଅବସ୍ଥାରେ ଥାଏ, ଏହାକୁ ଏକ ସିସିଟିଭି କ୍ୟାମେରା ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ ।

Get real time updates directly on you device, subscribe now.