Breaking: କର୍ଣ୍ଣାଟକ ପରେ ଅହମ୍ମଦାବାଦରେ HMPV ଭାଇରସ ଚିହ୍ନଟ, 3କୁ ପହଞ୍ଚିଲା ସଂକ୍ରମିତଙ୍କ ସଂଖ୍ୟା
HMPV ରେ ସଂକ୍ରମିତ ହେଲେ ଅହମ୍ମଦାବାଦର ଜଣେ ଶିଶୁ । ସଂକ୍ରମିତ ଶିଶୁର ବୟସ 2 ମାସ ।
ନୂଆଦିଲ୍ଲୀ: ଚିନ୍ତା ବଢାଇଲାଣି HMPV(ହ୍ୟୁମାନ୍ ମେଟାନିମୋ ଭାଇରସ୍) । କର୍ଣ୍ଣାଟକର ବେଙ୍ଗାଲୁରୁ ପରେ ଏବେ ଗୁଜରାଟର ଅହମ୍ମଦାବାଦରୁ ମାମଲା ସାମ୍ନାକୁ ଆସିଛି ।
ଅହମ୍ମଦାବାଦର ଚାନ୍ଦକେଡା ଅଞ୍ଚଳରେ ଜଣେ 2 ମାସର ଶିଶୁ ଏହି ଭାଇରାସରେ ଆକ୍ରନ୍ତ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ନବଜାତଙ୍କୁ ଏହି ଭାଇରସ ଆକ୍ରାନ୍ତ କରୁଥିବାକୁ ବର୍ତ୍ତମାନ ଚିନ୍ତା ବୃଦ୍ଧି ପାଇଛି ।
ବେଙ୍ଗାଲୁରୁରେ 2 ସଂକ୍ରମିତ ଶିଶୁ- କର୍ଣ୍ଣାଟକରୁ 2ଟି ମାମଲା ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଅହମ୍ମଦାବାଦରେ ଜଣେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କର୍ଣ୍ଣାଟକରେ ଆକ୍ରାନ୍ତ ହୋଇଥିବା ଶିଶୁର ବୟସ 8 ଏବଂ 3 ମାସ ହୋଇଥିବା ଜଣାପଡିଛି । ଦୁଇଟି ମାମଲା ଚିହ୍ନଟ ହେବା ପରେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜରୁରୀ ବୈଠକ ଡାକିଛି। ଅହମ୍ମଦାବାଦରେ ଆକ୍ରାନ୍ତ ଶିଶୁର ବୟସ 2 ମାସ ହୋଇଥିବା ବେଳେ ଶିଶୁର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ବୃଦ୍ଧ ଏବଂ ଶିଶୁ ଅଧିକ ସଂକ୍ରମିତ ଆଶଙ୍କା- ଚାଇନାରେ ଏହି ଭାଇରସ ମାଡୁଥିବା ବେଳେ ବର୍ତ୍ତମାନ ଭାରତରେ ମଧ୍ୟ ଚିନ୍ତା ବୃଦ୍ଧି କରିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଭାଇରସ ବିଶେଷ କରି ବୃଦ୍ଧ ଏବଂ ଶିଶୁଙ୍କୁ ଆକ୍ରାନ୍ତ କରୁଥିବା ବେଳେ ଦେଶବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି ।