fbpx

ଆଜିଠାରୁ କୋଭିଡ ଟିକାକରଣର ତୃତୀୟ ଡୋଜ୍ ଆରମ୍ଭ: ଆପଣ ଟିକା କେଉଁଠି ନେବେ, କେତେ ଟଙ୍କା ଦେବେ ଜାଣନ୍ତୁ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବୟସ ୧୮ ବର୍ଷରୁ ଅଧିକ ତେବେ ଆପଣ ଆଜିଠାରୁ କୋଭିଡ-୧୯ର ତୃତୀୟ ଡୋଜ୍ ଅର୍ଥାତ ବୁଷ୍ଟର ଡୋଜ୍ ନେଇପାରିବେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିପାଇଁ ଆପଣଙ୍କୁ ଟିକା ଫିସ୍ ପେଡ୍ କରିବାକୁ ପଡ଼ିବ । ଭ୍ୟାକ୍ସିନେସନକୁ ନେଇ ସରକାରଙ୍କ ପକ୍ଷରୁ ନିୟମ ଓ ସର୍ତ୍ତ ମଧ୍ୟ ଜାରି କରାଯାଇଛି । ଏହାର ମୂଲ୍ୟ କେତେ ରହିବ ଓ କେଉଁଠି ଏହା ମିଳିବ ଆସନ୍ତୁ ଜାଣିବା ସେ ବିଷୟରେ ।

୧- ତୃତୀୟ ଡୋଜ୍ ପାଇଁ ସରକାର କିଛି ସର୍ତ୍ତ ରଖିଛନ୍ତି । ଯଦି ଆପଣ ପ୍ରଥମ ଓ ଦ୍ୱିତୀୟ ଡୋଜ ୯ ମାସ କିମ୍ବା ୩୯ ସପ୍ତାହ ପୂର୍ବରୁ ନେଇଛନ୍ତି ତେବେ ତୃତୀୟ ଡୋଜ୍ ନେଇପାରିବେ ।

୨- ପୂର୍ବରୁ ଆପଣ ଯେଉଁଠି ଦୁଇଟିଯାକ ଟିକା ନେଇଥିଲେ ସେଠାରେ ମଧ୍ୟ ତୃତୀୟ ଡୋଜ୍ ନେଇପାରିବେ । ପୂର୍ବରୁ ଆପଣ କୋଭିସିଲ୍ଡ, କୋଭାକ୍ସିନ ଯାହା ନେଇଥିବେ ଏବେ ତାହା ନେବାକୁ ପଡ଼ିବ ।

୩- ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ଓ ଭାରତ ବାୟୋଟେକ ପରି ଟିକା ପ୍ରସ୍ତୁତକାରୀ କମ୍ପାନୀ ଟିକାର ମୂଲ୍ୟ ହ୍ରାସ କରି ୨୨୫ ଟଙ୍କା ରଖିଛନ୍ତି ।

୪- ନିକଟରେ କେନ୍ଦ୍ର ସରକାର ଓ ଟିକା କମ୍ପାନୀଙ୍କ ମଧ୍ୟରେ ଟିକାର ମୂଲ୍ୟ ହ୍ରାସ ନେଇ ଆଲୋଚନା ହୋଇଥିଲା ।

୫- ସରକାରଙ୍କ ସହ ଆଲୋଚନା ପରେ କୋଭିସିଲ୍ଡର ମୂଲ୍ୟ ୬୦୦ରୁ ହ୍ରାସ କରି ୨୨୫ ଟଙ୍କା ରଖାଯାଇଥିବା ଏସଆଇଆଇର ସିଇଓ ଆଦର ପୁନାୱାଲା କହିଛନ୍ତି ।

୬- ସେହିପରି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ କୋଭାକ୍ସିନର ମୂଲ୍ୟ ୧୨୦୦ରୁ ହ୍ରାସ କରି ୨୨୫ ଟଙ୍କା ରଖାଯାଇଥିବା କହିଛନ୍ତି ଭାରତ ବାୟୋଟେକର ସହସଂସ୍ଥାପକ ତଥା ପ୍ରବନ୍ଧ ନିର୍ଦ୍ଦେଶକ ସୁଚିତ୍ରା ଈଲା ।

୭- ବର୍ତ୍ତମାନ ସୁଦ୍ଧା ୧୫ ବର୍ଷରୁ ଅଧିକ ବୟସର ପାଖାପାଖି ୯୬ ଲୋକଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୮- ଘରୋଇ ଟିକାକରଣ କେନ୍ଦ୍ରରେ କୋଭିଡ-୧୯ ଭ୍ୟାକ୍ସିନର ତୃତୀୟ ଡୋଜର ମୂଲ୍ୟ ସହିତ ସର୍ଭିସ୍ ଟ୍ୟାକ୍ସ ଉପରେ ସର୍ବାଧିକ ୧୫୦ ଟଙ୍କା ଚାର୍ଜ କରାଯାଇପାରେ ।

୯- ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତବର୍ଷରେ ୧୮୫ କୋଟିରୁ ଅଧିକ ଡୋଜ୍ ପ୍ରଦାନ କରାଯାଇଛି ।

୧୦- ବିଶ୍ୱରେ ଚୀନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ ଓ ଇଟାଲି ସହିତ ବିଭିନ୍ନ ଦେଶରେ ଓମିକ୍ରନର ସଂକ୍ରମଣର ସର୍ବାଧିକ ମାମଲା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.