fbpx

ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୩ା୫ (ଓଡିଶା ଭାସ୍କର): ରାଜ୍ୟରେ ଆଜିଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ୧୮ରୁ ୪୪ ବୟସ ବର୍ଗଙ୍କ ପାଇଁ ଭୁବନେଶ୍ୱରରେ ଆଜି ଟିକାକରଣ ଜାରି ରହିଛି । ପୂର୍ବରୁ ଆରୋଗ୍ୟ ସେତୁ ଆପ୍, ଉମଙ୍ଗ ଆପ୍ ଓ କୋୱିନ୍ ଜରିଆରେ ପଞ୍ଜୀକରଣ ହୋଇଥିବା ଲୋକଙ୍କୁ ସ୍ଲଟ୍ ମିଳିଛି । ସକାଳ ୮ଟାରୁ ଦିନ ୧ଟା ମଧ୍ୟରେ ୧୮ରୁ ୪୪ ବୟସ ବର୍ଗ ଟିକା ନେଇପାରିବେ । ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ୪୫ ବର୍ଷରୁ ଅଧିକ ବର୍ଷୀୟଙ୍କୁ ଟିକା ଦିଆଯିବ । ଆସନ୍ତା ଜୁନ କିମ୍ବା ଜୁଲାଇ ମାସ ସୁଦ୍ଧା ଏହି ବର୍ଗର ସମସ୍ତଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦେବାର ଯୋଜନା ରହିଛି । ତେବେ ଭୁବନେଶ୍ୱର ମହାନଗର ନିଗମକୁ ଛାଡ଼ି ଅନ୍ୟ କେଉଁ ଅଞ୍ଚଳରେ ଯୁବବର୍ଗଙ୍କ ଟିକାକରଣ ହେବ, ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Get real time updates directly on you device, subscribe now.