fbpx

ଦେଶରେ କରୋନାର ତୃତୀୟ ଲହର: ହଟସ୍ପଟ୍ ଅଞ୍ଚଳରେ ଲାଗୁହେଲା ‘ସ୍ମାର୍ଟ ଲକଡାଉନ୍’

ଇସଲାମାବାଦ, ୧୯ା୩: ପାକିସ୍ତାନରେ କରୋନା ଭାଇରସର ତୃତୀୟ ଲହର ଆରମ୍ଭ ହୋଇଯାଇଛି । ତେଣୁ ସର୍ବାଧିକ ସଂକ୍ରମିତ ଅଞ୍ଚଳମାନଙ୍କରେ ସ୍ମାର୍ଟ ଲକଡାଉନ୍ ଲାଗୁ କରାଯାଇଛି । ସ୍ମାର୍ଟ ଲକଡାଉନ୍ ଅଞ୍ଚଳରେ ସମସ୍ତ ବଜାର, ସପିଂ ମଲ, ରେଷ୍ଟୁରାଣ୍ଟ ଓ ଅଫିସ ଆଦି ବନ୍ଦ ରହିବ । ମାତ୍ର ପନିପରିବା ଦୋକାନ, ଡାକ୍ତରଖାନା, ଔଷଧ ଦୋକାନ, ମାଂସ ଓ ଦୁଗ୍ଧ ଦୋକାନ ଆଦି ଖୋଲିବାକୁ ଅନୁମତି ଦିଆଯାଇଛି ।

ତେବେ ନିୟମକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ନିୟମ ନ ମାନିଲେ, କଟକଣାକୁ କଡ଼ାକଡ଼ି କରାଯିବ ବୋଲି  ସରକାରୀ ସୂତ୍ରରୁ ଜଣାପଡ଼ିଛି । ପାକିସ୍ତାନରେ ତିନି ମାସ ପରେ ଗୋଟିଏ ଦିନରେ ୩୪୯୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ମାମଲା ୬,୧୫, ୮୧୦କୁ ବୃଦ୍ଧି ହେବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ କଟକଣା ଲାଗୁ କରାଯାଇଥିଲା । ୨୬ ଘଣ୍ଟା ମଧ୍ୟରେ ୬୧ ଜଣଙ୍କ ମୃତ୍ୟୁ ହେବା ସହ ମୋଟ ମୃତ୍ୟୁ ସଂଖ୍ୟା ୧୩,୭୧୭ରେ ପହଞ୍ଚିଥିଲା । ଦେଶରେ କରୋନାର ତୃତୀୟ ଲହର ଜାରି ରହିଥିବା କିଛି ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.