fbpx
BSKY SKY
BSKY SKY

ଭୟାବହ ହେବ ନାହିଁ ତୃତୀୟ ଲହର: ସିବିକେ ମହାନ୍ତି

BSKY

ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନା ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ତେବେ ତୃତୀୟ ଲହର କେତେ ବିପଦଯୁକ୍ତ ହେବ ତାକୁ ନେଇ ଏବେ ସବୁଠି ଭୟର ବାତାବାରଣ । ଏହା ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ତୃତୟ ଲହର ହେବ କି ନାହିଁ ଏବେ କହିହେବନି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସେ କହିଛନ୍ତି ଯେ, ଡେଲ୍ଟା ପ୍ଲସ ଅଧିକ ସଂକ୍ରାମକ ନୁହେଁ । ମାର୍ଚ୍ଚ ମାସରୁ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେଲାଣି । ଏବେଦେଶରେ ୨୦୦ ଜଣ ଚିହ୍ନଟ ହୋଇଛନ୍ତି । ଯଦି ଅଧିକ ସଂକ୍ରାମକ ହେଉଥାନ୍ତା ତେବେ ସଂକ୍ରମଣ ବଢିସାରନ୍ତାଣି । ତୃତୀୟ ଲହର ଏବେ ବି ସମ୍ଭାବନାସ୍ତରରେ ଅଛି । ହେବ କି ନାହିଁ କହି ହେବନି । ଦ୍ୱିତୀୟ ଲହର ପ୍ରକୋପ କମିଲେ ସୁଦ୍ଧା ଦ୍ରୁତ ଗତିରେ କମିନି । ଜୁଲାଇ ମଧ୍ୟ ବେଳକୁ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ଅନ୍ୟପକ୍ଷରେ ଜୁଲାଇ ୨ୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଧେଶ କହିଛନ୍ତି । ସେ କହିଛନ୍ତି ଯେ, ବ୍ଲାକ ଫଙ୍ଗସ ଆମକୁ ବିଶେଷ ପ୍ରଭାବିତ କରିନି । କରିବା ସମ୍ଭାବନା ବି କମ । ରୋଗ ପ୍ରତିରୋଧକ ଶକ୍ତି କମ ରହିଲେ ଯେକୌଣସି ଫଙ୍ଗସ ଆଟାକ କରିବ । ମେ’ ମାସରୁ ଆଜି ଯାଏଁ ଜେନମ ସିକ୍ୟୁଏନ୍ସିଂରେ ଡେଲଟା ପ୍ଲସ ବାହାରିନି । ଯେପର୍ୟ୍ୟନ୍ତ କୌଣସି ଅଞ୍ଚଳରେ ଦେଖାଯାଇନାହିଁ ଆମେ ଆତଙ୍କିତ ହେବାନି । ‘ବି’ କାଟାଗୋରୀ ଜିଲ୍ଲାରେ ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ । ଯେଉଁ ଜାଗାରେ ଲୋକ ମାନୁନାହାନ୍ତି ସେଠି ପ୍ରଶାସନ ସିରିୟସ ଭାବେ ନେଉଛି । ରାଜ୍ୟକୁ ଭ୍ୟାକସିନ ଯଥେଷ୍ଟ ଆସୁନଥିବାରୁ ଟିକାକରଣ କରିପାରୁନୁ । ବର୍ତ୍ତମାନ ନୂଆ ସିରିୟସ ରୋଗୀଙ୍କ ସଂଖ୍ୟା କମ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଧେଶ କହିଛନ୍ତି ।

Get real time updates directly on you device, subscribe now.