fbpx

(Video) ଗୋଟିଏ ବଲରୁ ୧୩ ରନ୍… ରେକର୍ଡ କଲେ ଯଶସ୍ୱୀ ଜଏସ୍ୱାଲ: ଶେଷ ଟି-୨୦ କାହାର?

ନୂଆଦିଲ୍ଲୀ: ପ୍ରଥମ ମ୍ୟାଚ ପରାସ୍ତ ହେବା ପରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପରବର୍ତ୍ତୀ ୩ଟି ମ୍ୟାଚରେ ଏକପାଖିଆ ବିଜୟ ହାସଲ କରିବା ସହ ସିରିଜ ମଧ୍ୟ ଅକ୍ତିଆର କରିଛି । ତେବେ ଆଜି ଉଭୟ ଦଳ ମଧ୍ୟରେ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ମାତ୍ର ଗୋଟିଏ ବଲରୁ ୧୩ ରନ୍କ ରି ଇତିହାସ ସୃଷ୍ଟି କରିଛନ୍ତି ଯଶସ୍ୱୀ । ଏମିତି କରିବାରେ ସେ ପ୍ରଥମ କ୍ରିକେଟର ପାଲଟିଛନ୍ତି ।

ଜିମ୍ବାୱେ ବିପକ୍ଷ ସିରିଜର ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୧୮୭ ରନର ଲକ୍ଷ୍ୟ ଦେଇଛି । ଏହି ମ୍ୟାଚରେ ଷ୍ଟାର ଓପନର ଯଶସ୍ୱୀ ଜଏସ୍ୱାଲ ଏକ ବିରାଟ ରେକର୍ଡ ନିଜ ନାମରେ କରିଛନ୍ତି । ଇନିଂସରେ ସେ ମାତ୍ର ଗୋଟିଏ ଇନିଂସରୁ ୧୩ ରନ୍ କରି ଇତିହାସ ସୃଷ୍ଟି କରିଛନ୍ତି । ୫ଟି ବଲରୁ ମାତ୍ର ୧୨ ରନ୍ କରିଥିବା ଯଶସ୍ୱୀ ଏହି ରେକର୍ଡ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । କୌଣସି ଇନିଂସର ପ୍ରଥମ ଲିଗାଲ ବଲରେ ୧୨ ରନ୍ କରିଥିବା ପ୍ରଥମ ଖେଳାଳି ହୋଇଛନ୍ତି ଯଶସ୍ୱୀ । ଭାରତ ତରଫରୁ ଯଶସ୍ୱୀ ଏବଂ ଶୁଭମନ ପାଳି ଆରମ୍ଭ କରିଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସିକନ୍ଦର ରଜା । ତେବେ ତାଙ୍କର ପ୍ରଥମ ବଲରେ ଯଶସ୍ୱୀ ୧୨ ରନ୍ ସଂଗ୍ରହ କରି ରେକର୍ଡ ସୃଷ୍ଟି କରିଛନ୍ତି ।

ସିକନ୍ଦର ରଜା ଇନିଂସର ପ୍ରଥମ ବଲ ଯଶସ୍ୱୀଙ୍କୁ ଫୁଲ ଟସ୍ ପକାଇଥିଲେ । ଯଶସ୍ୱୀ ଏହି ବଲରେ ଏକ ଛକା ମାରିଥିବା ବେଳେ ଏହାକୁ ନୋ ବଲ୍ ଘୋଷଣା କରିଥିଲେ ଅମ୍ପାୟାର । ଏହାପରେ ଦ୍ୱିତୀୟ ତଥା ଫ୍ରି ହିଟ୍ ବଲରେ ମଧ୍ୟ ଯଶସ୍ୱୀ ଏକ ବଡ଼ ଛକା ହାସଲ କରିଛନ୍ତି । ତେଣୁ ସିକନ୍ଦର ରଜାଙ୍କ ଇନିଂସର ପ୍ରଥମ ଲିଗାଲ ବଲରେ ହିଁ ଯଶସ୍ୱୀ ୨ଟି ଛକା ସହ ୧୨ ରନ୍ ସଂଗ୍ରହ କରିଛନ୍ତି । ଏହାବ୍ୟତୀତ ଅତିରିକ୍ତ ୧ ରନ୍ ସହ ଦଳକୁ ୧୩ ରନ୍ ଭେଟି ଦେଇଛନ୍ତି ଯଶସ୍ୱୀ ଜଏସ୍ୱାଲ । ତେବେ ଏଭଳି ଦମଦାର ଷ୍ଟାଇଲରେ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାରେ ସେ ବିଫଳ ହୋଇଛନ୍ତି । ଏହି ଓଭରର ପଞ୍ଚମ ବଲରେ ସିକନ୍ଦର ରଜା ଯଶସ୍ୱୀଙ୍କୁ କ୍ଲିନ ବୋଲ୍ଡ କରି ପାଭିଲିୟନ ପଠାଇଛନ୍ତି । କିନ୍ତୁ ଏହାପୂର୍ବରୁ ପ୍ରଥମ ଲିଗାଲ ବଲରେ ୧୨ ରନ୍ କରି ଯଶସ୍ୱୀ ଇତିହାସର ପୃଷ୍ଠାରେ ନିଜ ନାମ ସାମିଲ କରିସାରିଛନ୍ତି ।

Get real time updates directly on you device, subscribe now.