CHARIDHAM

ଅରବପତି ଲିଷ୍ଟରେ ୯୯ ବର୍ଷୀୟ ଏହି ଭାରତୀୟ , ଜାଣନ୍ତୁ କିଏ ଏହି ବ୍ୟକ୍ତି ..

ନୂଆଦିଲ୍ଲୀ : କୋଟିପତି ସମ୍ପତ୍ତି ଆକଳନ କରୁଥିବା ଫୋର୍ବସ୍ ପତ୍ରିକାର ୨୦୨୩ ତାଲିକା ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ମୁକେଶ ଅମ୍ବାନୀ ଭାରତର ସବୁଠାରୁ ଧନୀ କୋଟିପତି ।  ଏହା ବ୍ୟତୀତ କେଶବ ମହିନ୍ଦ୍ରା ଫୋର୍ବସ୍ ତାଲିକାକୁ ଫେରିଛନ୍ତି ଏବଂ ସେ ହେଉଛନ୍ତି ସର୍ବ ପୁରାତନ ଭାରତୀୟ ବିଲିୟନେୟାର ବା ଅରବପତି । ୯୯ ବର୍ଷ ବୟସ୍କ କେଶବ ମହିନ୍ଦ୍ରାଙ୍କର ୧.୨ ବିଲିୟନ ଡଲାରର ସମ୍ପତ୍ତି ରହିଛି । ଏଥି ସହିତ ଏଥର ୧୬ ନୂତନ ଅରବପତିଙ୍କ ମଧ୍ୟରେ ତିନିଜଣ ମହିଳା ଏହି ତାଲିକାରେ ସ୍ଥାନ ପାଇଛନ୍ତି।

କେଶବ ମହିନ୍ଦ୍ରା କିଏ?

ମହିନ୍ଦ୍ରା ଏବଂ ମହିନ୍ଦ୍ର ଚେୟାରମ୍ୟାନ୍ ଏମେରିଟସ୍ କେଶବ ମହିନ୍ଦ୍ରା ଆମେରିକାର ପେନସିଲଭାନିଆ ବିଶ୍ୱବିଦ୍ୟାଳୟର ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ୧୯୪୭ ରେ କମ୍ପାନୀରେ ଯୋଗଦେବା ପରେ ସେ ୧୯୬୩ ରେ ଚେୟାରମ୍ୟାନ୍ ହୋଇଥିଲେ। ମହିନ୍ଦ୍ରାଙ୍କ ୱେବସାଇଟ୍ ଅନୁଯାୟୀ କେନ୍ଦ୍ରୀୟ ଶିଳ୍ପ ପରାମର୍ଶଦାତା ପରିଷଦ ସମେତ ଅନେକ କମିଟିରେ ସେବା କରିବାକୁ କେଶବ ମହିନ୍ଦ୍ରାଙ୍କୁ ନିଯୁକ୍ତ କରାଯାଇଛି। ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ବାଣିଜ୍ୟ ଓ ଉଦ୍ୟୋଗ ପରିଷଦର ସଦସ୍ୟ ଥିଲେ। ସେ ଟାଟା ଷ୍ଟିଲ, ଟାଟା କେମିକାଲ୍ସ, ଇଣ୍ଡିଆନ ହୋଟେଲ, ଆଇଏଫସି ଏବଂ ଆଇସିଆଇସିଆଇ ସମେତ ବିଭିନ୍ନ କମ୍ପାନୀର ବୋର୍ଡ ଏବଂ ପରିଷଦରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସର୍ବକନିଷ୍ଠ କୋଟିପତି
ଚଳିତ ବର୍ଷର ଫୋର୍ବସ୍ ତାଲିକାରେ ସବୁଠାରୁ କନିଷ୍ଠ ଭାରତୀୟ ଅରବପତି ହେଉଛନ୍ତି ୩୬ ବର୍ଷିୟ ନିଖିଲ କାମାଥ ଏବଂ ତାଙ୍କ ବଡ଼ ଭାଇ ନିତିନ କାମାଥ। ନିଖିଲଙ୍କର ୧.୧ ବିଲିୟନ ଡ଼ଲାର ସମ୍ପତ୍ତି ଥିବାବେଳେ ନିତିନଙ୍କ ସମ୍ପତ୍ତି ୨.୭ ବିଲିୟନ ଡ଼ଲାର ।