fbpx

(video): କ୍ଷୀରରେ ସ୍ନାନ କରୁଥିଲେ , ଗୋଲାପ ପାଖୁଡାରେ ଶୋଉଥିଲେ ଏ ଅଭିନେତା, ପଢନ୍ତୁ ତାଙ୍କର ସିନେମାରୁ ରାଜନୈତିକ ଯାତ୍ରା

ଓଡିଶା ଭାସ୍କର: ନିଜ ଦମରେ ସିନେମା ଜଗତରେ ସେ ନା କରିଛନ୍ତି । ସିନେମାରୁ ଏବେ ସେ ରାଜନେତା ସାଜିଛନ୍ତି । ରିଲ ଲାଇଫ ହିରୋ ଏବେ ରିୟଲ ଲାଇଫରେ ମଧ୍ୟ ଜଣେ ଷ୍ଟାର ଭାବରେ ସମସ୍ତଙ୍କ ପ୍ରିୟ ଅଭିନେତା ସେ । ଏମିତି ଜଣେ ସୁପରଷ୍ଟାର ହେଉଛନ୍ତି ଭୋଜପୁରୀ ସିନେ ଗଜତର ରବି କିଶନ । ଉତ୍ତରପ୍ରଦେଶର ଜୌନପୁରରେ ଜନ୍ମିତ ରବିଙ୍କ ଆଜି ହେଉଛି ଜନ୍ମଦିନ । ୧୭ ଜୁଲାଇ ୧୯୬୯ ମସିହାରେ ରବି ଜନ୍ମଲାଭ କରିଥିଲେ ଆଉ ଆଜି ସେ ୫୫ ବର୍ଷରେ ପାଦ ଥାପିଛନ୍ତି ।

କେବଳ ଭୋଜପୁରୀ ସିନେମା ନୁହେଁ ବଲିଉଡରୁ ସାଉଥ ପର୍ଯ୍ୟନ୍ତ ସେ ଜଣେ ଚର୍ଚ୍ଚିତ ସୁପରଷ୍ଟାର । ସିନେମା ଜଗତରେ ରବି ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ହେବ କାମ କରି ଆସୁଛନ୍ତି । ଫିଲ୍ମରେ ମୁଖ୍ୟ ଭୂମିକାରେ ଆସିବା ସହ ସେ ଖଳନାୟକ ଭାବରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ କରିଛନ୍ତି । ସିନେମା ସହ ରାଜନୈତିକ ପିଚରେ ମଧ୍ୟ ତାଙ୍କ ବ୍ୟାଟ ଚାଲିଛି । ସେ ଗୋରଖପୁରୁ ଏବେ ଭାଜପାର ସାଂସଦ ଅଟନ୍ତି ।

ରବି କିଶନ ନିଜ ଗାଁ ରାମଲୀଳାରେ ମାତା ସୀତାଙ୍କ ଭୂମିକାରେ ନଜର ଆସୁଥିଲେ । ତାଙ୍କ ବାପାଙ୍କଠୁ ସେ ବହୁତ ମାଡ ଖାଉଥିଲେ ଅଭିନୟ ପାଇଁ । ନିଜର ସ୍ୱପ୍ନକୁ ସାର୍ଥକ କରିବା ପାଇଁ ସେ ମା’ଠୁ ମାତ୍ର ୫୦୦ ଟଙ୍କା ଆଣି ମୁମ୍ବାଇ ଚାଲି ଆସିଥିଲେ । ଏକ ଚାଳ ଘରରେ ସେ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ ।

ପ୍ରାରମ୍ଭରେ ରବିଙ୍କୁ ସିନେମା ପାଇଁ ବେଶ୍ ସଂଘର୍ଷ କରିବାକୁ ପଡିଛି । ମାତ୍ର ସେ ସୁପରଷ୍ଟାର ହେବା ପରେ କ୍ଷୀରରେ ଗାଧୋଇବା ଓ ଗୋଲାପ ପାଖୁଡା ଥିବା ଶେଜରେ ଶୋଇବା ଭଳି କାର୍ଯ୍ୟ ମଧ୍ୟ କରିଛନ୍ତି ବୋଲି ନିଜେ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି । ସେ ଷ୍ଟାର ହେବା ପରେ ପାଗଳପ୍ରାୟ ହୋଇଯାଇଥିଲେ । ଭିକାରୀରୁ ଜଣେ ଯଦି ସୁପରଷ୍ଟାର ହୋଇଥାଏ ତେବେ ତାହାର ଅବସ୍ଥା ଏଭଳି ହୁଏ ବୋଲି ବି ରବି ସ୍ୱୀକାର କରିଛନ୍ତି । ଚାରିଆଡେ ପଇସାର ବର୍ଷା ହେଉଥିଲା ତାଙ୍କ ଜୀବନରେ । ଫ୍ୟାନ୍ସ ତାଙ୍କ ପାଇଁ ଦିୱାନା ଥିଲେ । ପରେ ରବି ଧୀରେ ଧୀରେ ସାଧାରଣ ଅବସ୍ଥାକୁ ଫେରି ସାଧାରଣ ଜୀବନଯାପନ କରିଥିଲେ ବୋଲି ମଧ୍ୟ କହିଛନ୍ତି ।

 

View this post on Instagram

 

A post shared by Ravi Kishan (@ravikishann)

Get real time updates directly on you device, subscribe now.