ଆଜିକାଲି ବ୍ୟସ୍ତବହୁଳ ଜୀବନ ଯୋଗୁ ଅସମୟରେ ନାନା ପ୍ରକାର ରୋଗ ଦେଖାଦେଉଛି । ଯାହାକୁ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି । କିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ଯାହାକୁ ମଣିଷ ନିଜେ ନିୟନ୍ତ୍ରଣ କରିପାରିବ ।ଏହି ଯେମିତି ରାତିରେ କିଛି ଖରାପ ଅଭ୍ୟାସ ଲିଭର ବା ଯକୃତ ଉପରେ ଗଭୀର ପ୍ରଭାବ ପକାଇଥାଏ।
ବିଳମ୍ବିତ ରାତିରେ ଭୋଜନ କରିବା:
ଅନେକ ଲୋକ ରାତି ୧୦-୧୧ ଟାରେ କିମ୍ବା ତା’ଠାରୁ ମଧ୍ୟ ପରେ ରାତ୍ରୀ ଭୋଜନ କରନ୍ତି ଏବଂ ତା’ପରେ ତୁରନ୍ତ ଶୋଇପଡ଼ନ୍ତି। ଏହି ଅଭ୍ୟାସର ସିଧାସଳଖ ପ୍ରଭାବ ଲିଭର ଉପରେ ପଡ଼ିଥାଏ।
ବିଳମ୍ବରେ ଶୋଇବା:
ବିଳମ୍ବରେ ଶୋଇବା ଆପଣଙ୍କ ଯକୃତକୁ ମଧ୍ୟ ପ୍ରଭାବିତ କରେ। ତେଣୁ, ଠିକ୍ ସମୟରେ ଶୋଇବା ଅଭ୍ୟାସ କରନ୍ତୁ।
ରାତିରେ ଭାରୀ ଖାଦ୍ୟ ଖାଇବା:
ରାତିରେ ଭାରୀ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଯକୃତ ଉପରେ ଗଭୀର ପ୍ରଭାବ ପଡ଼ିଥାଏ, ଯାହା ଦ୍ଵାରା ଯକୃତ କ୍ଷତିଗ୍ରସ୍ତ ହୋଇପାରେ।
ମଦ୍ୟପାନ:
ରାତିରେ ଶୋଇବା ପୂର୍ବରୁ ମଦ୍ୟପାନ କରିବା ମଧ୍ୟ ଆପଣଙ୍କ ଯକୃତ ଉପରେ ଗଭୀର ପ୍ରଭାବ ପକାଇଥାଏ।
ପାଣି ନ ପିଇବା:
ଅନେକ ଲୋକ ରାତିରେ ଶୋଇବା ପୂର୍ବରୁ କମ୍ ପାଣି ପିଅନ୍ତି, ଯାହା ଫଳରେ ଲିଭର ପ୍ରଭାବିତ ହୁଏ।
ଜଙ୍କଫୁଡ୍ ଖାଇବା:
ରାତିରେ ଜଙ୍କଫୁଡ୍ କିମ୍ବା ଭଜା ଖାଦ୍ୟ ଖାଇବା ମଧ୍ୟ ଯକୃତ କ୍ଷତିର କାରଣ ହୋଇପାରେ।