fbpx

ବଡ ସମସ୍ୟା: ଦିନିକିଆ ବିଶ୍ୱକପ-୨୦୨୩ରେ ଖେଳି ନ ପାରନ୍ତି ଏହି ଅଧିନାୟକ

ନୂଆଦିଲ୍ଲୀ: ଆଇପିଏଲ-୨୦୨୩ ରୋମାଞ୍ଚକର ମୋଡ ନେଇ ସାରିଥିବା ବେଳେ ବର୍ତ୍ତମାନ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଆସନ୍ତା ଦିନିକିଆ ବିଶ୍ୱକପରୁ ବାଦ୍ ପଡିପାରନ୍ତି ଜଣେ ବିଶ୍ୱବିଜୟୀ ଅଧିନାୟକ । ତେଣୁ ଦଳକୁ ଆଉ ଜଣେ ନୂଆ ଅଧିନାୟକ ଖୋଜଚିବାକୁ ପଡିବ । ବିଶ୍ୱକପକୁ ଆଉ ମାତ୍ର କେଇଟା ମାସ ବାକି ଥିବା ବେଳେ ଏଭଳି ଏକ ଘଟଣା ସମ୍ପୂର୍ଣ୍ଣ ଦଳକୁ ଚିନ୍ତାରେ ପକାଇ ଦେଇଛି । ଆହତ ଯୋଗୁଁ ନ୍ୟୁଜିଲାଣ୍ଡର ଅଦିନାୟକ କେନ୍ ୱିଲିୟମସନ୍ ବିଶ୍ୱକପରୁ ବାଦ୍ ପଡିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆଇପିଏଲ-୨୦୨୩ର ଉଦଘାଟନୀ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଖେଳିବାକୁ ଆସିଥିବା ୱିଲିୟମସନ କ୍ୟାଚ ଧରିବାକୁ ଚେଷ୍ଟା କରି ଗୁରୁତର ଆହତ ହୋଇଛନ୍ତି । ଫଳରେ ଆଇପିଏଲରୁ ବାଦ୍ ପଡି ସେ ନ୍ୟୁଜିଲାଣ୍ଡ ଫେରି ଯାଇଛନ୍ତି । ତେବେ ମେଡିକାଲ ଟେଷ୍ଟ ପରେ ବର୍ତ୍ତମାନ ତାଙ୍କର ଏକ ସର୍ଜରୀ ଆବଶ୍ୟକ ହେଉଥିବା କହିଛନ୍ତି ଡାକ୍ତରୀ ଟିମ୍ । ତେବେ ଏହି ସର୍ଜରୀ ଯୋଗୁଁ ସେ କିଛି ମାସ କ୍ରିକେଟରୁ ଦୂରେଇ ରହିପାରନ୍ତି । ତେଣୁ ଦିନିକିଆ ବିଶ୍ୱକପରୁ ମଧ୍ୟ ସେ ବାଦ୍ ପତିପାରନ୍ତି ବୋଲି ଅନୁମାନ କରାଯାଉଛି । ଏ ନେଇ ୱିଲିୟମସନ୍ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସର୍ଜରୀ ଏବଂ ଏହାପରେ ନିଜର ଫିଟନେସ ଉପରେ ଗୁରୁତ୍ୱ ଦେଉଛି । ଏଥିପାଇଁ କିଛଇ ସମୟ ଲାଗିପାରେ, କିନ୍ତୁ ଖୁବଶୀଘ୍ର ମଇଦାନକୁ କମବ୍ୟାକ କରିବା ପାଇଁ ମୁଁ ଚେଷ୍ଟା କରିବି । ତେବେ ଏଭଳି ଆଘାତରୁ ମୁକ୍ତ ହୋଇ ଫିଟନେସ ହାସଲ କରିବାକୁ ଦୀର୍ଘ ସମୟ ଲାଗିଥାଏ । ଏହାକୁ ଦୃଷ୍ଟିରେ ରଖି ଅନୁମାନ କରାଯାଉଛି ଯେ, ଆଗାମୀ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ୱକପ-୨୦୨୩ରେ ସେ ଦଳରୁ ବାଦ୍ ପଡିପାରନ୍ତି ।

IPL 2023: Kane Williamson ruled out due to knee injury | Sports News,The  Indian Express

ତେବେ ୱିଲିୟମସନ୍ ଆହତ ହୋଇ ଦଳରୁ ବାଦ୍ ପଡିଲେ ନ୍ୟୁଜିଲାଣ୍ଡକୁ ଆଉ ଜଣେ ଅଧିନାୟକ ଖୋଜିବାକୁ ପଡିବ । ନୂଆ ଅଧିନାୟକଙ୍କ ନେତୃତ୍ୱରେ ଦଳର ସନ୍ତୁଳନ ବିଗିଡିପାରେ ବୋଲି ମଧ୍ୟ ଭୟ ରହିଛି । ଉଲ୍ଲେଖଯୋଗ୍ୟ, କେନ୍ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ୨୦୨୧ ମସିହାରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.