fbpx

ଗୁଡ ଫ୍ରାଇ ଡେ ରେ ପରସ୍ପରକୁ ଶୁଭେଚ୍ଛା ଦିଆଯାଏ ନାହିଁ କାହିଁକି ….?

ଭୁବନେଶ୍ୱର : ଏପ୍ରିଲର ପ୍ରଥମ ସପ୍ତାହରେ ପଡୁଥିବା ଶୁକ୍ରବାର କୁ ଶୁଭ ଶୁକ୍ରବାର ବା ଗୁଡ ଫ୍ରାଇ ଡେ ବୋଲି କୁହାଯାଏ । ଏହି ଦିନ ଖ୍ରୀଷ୍ଟିଆନ ଧର୍ମର ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । ବିଶ୍ୱର ଅଧିକାଂଶ ଦେଶ ସହ ଭାରତରେ ମଧ୍ୟ ଏହି ଦିନକୁ ପାଳନ କରାଯାଏ ।

କିନ୍ତୁ ଆପଣ ଜାଣନ୍ତି କି ଏହି ଦିନରେ ଲୋକମାନେ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତ ନାହିଁ ? ଗୁଡ ଫ୍ରାଇ ଡେ ବିଷୟରେ ବାଇବଲରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କାହିଁକି ଖ୍ରୀଷ୍ଟିଆନ ଧର୍ମରେ ପରସ୍ପରକୁ ଗୁଡ ଫ୍ରାଇ ଡେ ଅଭିନନ୍ଦନ ଜଣାଯାଏ ନାହିଁ କାହିଁକି?

ଗୁଡ ଫ୍ରାଇ ଡେ ଏବଂ ଯୀଶୁ ଖ୍ରୀଷ୍ଟଙ୍କ ସହ ଜଡିତ ଅନେକ ବିଶେଷ ସୂଚନା ବାଇବଲରେ ଦିଆଯାଇଛି । ଯାହା ମାଧ୍ୟମରେ ଆପଣ ଇତିହାସ ଜାଣିବାର ସୁଯୋଗ ମିଳେ । ଇତିହାସ ଅନୁଯାୟୀ, ଶୁକ୍ରବାର ଦିନ ଯୀଶୁ ଖ୍ରୀଷ୍ଟଙ୍କୁ କ୍ରସ୍ ଖୁଣ୍ଟରେ ଚଢା ଯାଇଥିଲା । ତେଣୁ ଏହି ଦିନକୁ ଶୋକ ଭାବରେ ସ୍ମରଣ କରାଯାଏ । ଏହି ଦିନ ପରସ୍ପରକୁ ଅଭିନନ୍ଦନ ଜଣାଇବା ପରିବର୍ତ୍ତେ ଆମେ ସମବେଦନା ଜଣାଇବା ଉଚିତ୍ । ଏହି ଦିନ ଚର୍ଚ୍ଚରେ ଘଣ୍ଟି ବଜାଯାଏ ନାହିଁ ଏବଂ ଏକ ସମବେଦନା ସଭାର  ଆୟୋଜନ କରାଯାଏ ।

ଯୀଶୁ ଖ୍ରୀଷ୍ଟଙ୍କ କ୍ରଶ୍ ବିଦ୍ଧ ସ୍ମୃତିରେ ପ୍ରତିବର୍ଷ ଏହିପରି ଶୁଭ ଶୁକ୍ରବାର ପାଳନ କରାଯାଏ । ଏହି ଦିନ ଖ୍ରୀଷ୍ଟଧର୍ମର ଲୋକମାନେ ଉପବାସ ରଖନ୍ତି ଏବଂ ଚର୍ଚ୍ଚ ପ୍ରାର୍ଥନାରେ ଅଂଶଗ୍ରହଣ କରନ୍ତି । ଏହି ଦିନ ଚର୍ଚ୍ଚରୁ ଏକ ପାଲଙ୍କି ବାହାରିଥାଏ । ଶୁଭ ଶୁକ୍ରବାର ପରେ ଯେଉଁ ରବିବାର ଆସେ ଇଷ୍ଟର ରବିବାର ଭାବରେ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ଯୀଶୁଖ୍ରୀଷ୍ଟ ମୃତ୍ୟୁର ତିନି ଦିନ ପରେ ପୁନରୁତ୍ଥିତ ବା ଜୀବିତ ହୋଇଥିଲେ।

Get real time updates directly on you device, subscribe now.