fbpx

ଅନଲାଇନ ଗେମ୍ ପାଇଁ ସରକାର ଲଗାଇଲେ ନୂଆ ନିୟମ: ବ୍ୟାନ ହେବ ଏହି ଆପ୍ସ

ନୂଆଦିଲ୍ଲୀ: ଅନଲାଇନ ଗେମିଙ୍ଗ ଏବେ ଯୁବପିଢୀଙ୍କୁ ନିଜ ମାୟାଜାଲରେ ବାନ୍ଧି ରଖିଛି । ବିଭିନ୍ନ ଅନଲାଇନ ଗେମରେ ଚୋଟ ପିଲାଠୁ ଯୁବଗୋଷ୍ଠୀ ଅଭ୍ୟସ୍ତରେ ପଡି ଯାଇଛନ୍ତି । ତେଣୁ ଏହାକୁ ରୋକିବାକୁ ସରକାର ବର୍ତ୍ତମାନ ନୂଆ ପଦକ୍ଷେପ ନେଇଛନ୍ତି । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜୁଆ ଏବଂ ବେଟିଂ ଭଳି ବିଜ୍ଞାପନ ବିରୋଧରେ ଚେତାବନୀ ଦେଇଛନ୍ତି ସରକାର । ଏହି ଚେତାବନୀରେ ଗଣମାଧ୍ୟମକୁ ବେଟିଂ ଏବଂ ଜୁଆ ଇତ୍ୟାଦିର ପ୍ଲାଟଫର୍ମକୁ ପ୍ରୋତ୍ସାହନ ଦେବା ଭଳି କାର୍ଯ୍ୟରୁ ଲିପ୍ତ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହାବ୍ୟତୀତ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମଧ୍ୟ ଅନଲାଇନ ଗେମିଙ୍ଗ ପାଇଁ ନୂଆ ନିୟମ ଜାରି କରିଛନ୍ତି । ଅନଲାଇନ ଗେମଗୁଡିକୁ ମାନଦଣ୍ଡ ନିର୍ଦ୍ଧାରଣ କରି ଅନୁମତି ଦେବା ପାଇଁ ଏକ ସ୍ୱତନ୍ତ୍ର ଏବଂ ନୂଆ ସ୍ୱ-ନିୟାମକ ସଂଗଠନ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି । ସେହିପରି ଇଲେକ୍ଟ୍ରାନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ରାଜ୍ୟମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ବେଟିଂ ଲଗାଇବା କିମ୍ବା ଜୁଆ ଇତ୍ୟାଦି ସହ ଜଡିତ ଅନଲାଇନ ଗେମ୍ ନୂଆ ଅନଲାଇନ ଗେମିଙ୍ଗ ନିୟମ ଅନୁରୂପ ଭାବେ ବିବେଚିତ କରାଯିବ ନାହିଁ ।

Get real time updates directly on you device, subscribe now.