ବିଶ୍ୱରେ ଯେତିକି ଲୋକ ଅଛନ୍ତି, ତାଙ୍କ ସହ ଜଡ଼ିତ ସମସ୍ୟା ମଧ୍ୟ ସେତିକି ରହିଛି । କାହାର ସମସ୍ୟା ସାଧାରଣ ତ’ କାହାର ସମସ୍ୟା ବିଷୟରେ ଜାଣିଲେ କେହିବି ଆବାକ୍ ହୋଇଯିବ । ବର୍ତ୍ତମାନ ଏହିଭଳି ଜଣେ ପାକିସ୍ତାନୀ ଝିଅର ଅସୁବିଧା ନେଇ ଆଲୋଚନା ହେଉଛି । ଭଲ କଥା ହେଉଛି ଏବେ ଝିଅଟିକୁ କଷ୍ଟରୁ ମୁକ୍ତି ମିଳିଛି । ୧୩ ବର୍ଷୀୟ ଝିଅଟିର ବେକ ବଙ୍କା ହୋଇ ରହିଥିଲା । ଆଉ ଏହି ଭଳି ଭାବରେ ସେ ଜୀବନ ବିତାଉଥିଲା ।
ପାକିସ୍ତାନର ଅଫଶୀନ ଗୁଲ ନାମକ ଏହି ଝିଅ ସଂପୂଣ୍ଣ ସୁସ୍ଥ ଭାବରେ ଜନ୍ମ ନେଇଥିଲେ । କିନ୍ତୁ ସେ ୮ ବର୍ଷର ହୋଇଥିବାବେଳେ ହଠାତ୍ ଦିନେ ଖେଳୁଥିବା ସମୟରେ ଏପରି ଭାବରେ ପଡ଼ିଯାଇଥିଲେ ଯେ ତାଙ୍କର ବେକରେ ଗଭୀର ଆଘାତ ଲାଗିଥିଲା ଏବଂ ସେବେଠାରୁ ତାଙ୍କର ବେକ ୯୦ ଡିଗ୍ରୀ ବଙ୍କା ହୋଇରହିଯାଇଥିଲା । ପ୍ରକୃତରେ ତାଙ୍କୁ ସେରିବ୍ରଲ ପୈଲସୀ ହୋଇଯାଇଥିଲା, ଫଳରେ ତାଙ୍କର ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା ।
ଝିଅର ପରିବାର ଲୋକ ଭାବିଥିଲେ ତାହା ଠିକ୍ ହୋଇଯିବ କିନ୍ତୁ ଏପରି ହୋଇନଥିଲା । ତାଙ୍କର ପାଖରେ ଏତେ ଟଙ୍କା ନଥିଲା ଯେ ଅଫଶୀନଙ୍କ ଅପରେସନ କରାଇପାରିବେ ଏହାପରେ ଏକ ସ୍ଥାନୀୟ ସମ୍ବାଦପତ୍ରରେ ତାଙ୍କ ବିଷୟରେ ଖବର ପ୍ରକାଶ ହୋଇଥିଲା ଯାହାପରେ ଲୋକମାନେ ଏହା ବିଷୟରେ ଜାଣିଥିଲେ ଏବଂ ଅଫଶୀନଙ୍କ ଚିକିତ୍ସା ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଆଦାୟ ହୋଇଥିଲା ଯେଉଁଥିରେ ତାଙ୍କର ଅପରେସନ ହୋଇଥିଲା । ତେବେ କୁହାଯାଉଛି ଝିଅଟିର ବଞ୍ଚିବାର ଆଶା ୫୦ % ଥିଲା ।