fbpx

ଆଜି ପାଇଁ ୧୨ ଘଣ୍ଟା ବନ୍ଦ ରହିବ ଓଡ଼ିଶାର ଏହି ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ୧୨ ଘଣ୍ଟା ପାଇଁ ବନ୍ଦ ରହିବ ରେଢ଼ାଖୋଲ । ଏନଏଚ ୫୫ ମରାମତି ଦାବିରେ ୧୨ ଘଣ୍ଟିଆ ରେଢ଼ାଖୋଲ ବନ୍ଦ ଡାକରା ଦିଆଯାଇଛି । ରେଢ଼ାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।

ତେବେ ଭୀମଭୋଇ ଛକ ଓ ମେଡିକାଲ ଛକରେ ରାସ୍ତା ଅବରୋଧ କରିଛନ୍ତି ଲୋକେ । ଦୋକାନ, ବଜାର ବନ୍ଦ ସହ ଏନଏଚରେ ଅଟକି ରହିଛି ଶହ ଶହ ଗାଡ଼ି । ଗାଡ଼ି ଚଳାଚଳ ବନ୍ଦ ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.