fbpx

(Video) Jio ଅପେକ୍ଷା ଶସ୍ତା ପ୍ଲାନ ଦେଉଛି ଏହି କମ୍ପାନୀ: UnLimited Data ସହ ମିଳିବ ଏହିସବୁ ଫାଇଦା, ଜାଣନ୍ତୁ ରେଟ୍…

Advertisement

ଓଡ଼ିଶା ଭାସ୍କର: ଆଜିଠାରୁ ବଦଳି ଯାଇଛି ମୋବାଇଲ ରିଚାର୍ଜ ପ୍ଲାନ ସର୍ଭିସ । ମହଙ୍ଗା ହୋଇଛି ମୋବାଇଲର ଡାଟା ପ୍ଲାନ । ଜିଓ ଏବଂ ଏୟାରଟେଲ ୟୁଜରଙ୍କ ପାଇଁ ସବୁ ପ୍ଲାନ ମହଙ୍ଗା କରିବା ପରେ ଚିନ୍ତାରେ ପଡ଼ିଛନ୍ତି ଗ୍ରାହକ । ତେଣୁ ୟୁଜର ଏବେ କିଛି ଶସ୍ତା ମୋବାଇଲ ରିଚାର୍ଜ ପ୍ଲାନ ସନ୍ଧାନରେ ରହିଛନ୍ତି । ତେବେ Jioର ସବୁଠାରୁ ଶସ୍ତା ଆନୁଆଲ ରିଚାର୍ଜ ପ୍ଲାନରୁ ୧୬୦୦ ଟଙ୍କା କମ୍ ରହିଛି ଏକ ଶସ୍ତା ପ୍ରିପେଡ ପ୍ଲାନ । କିନ୍ତୁ ଏକ ନେଟୱର୍କ କମ୍ପାନୀ Jioର ଏହି ପ୍ଲାନଠାରୁ ଆହୁରି ଶସ୍ତା ପ୍ଲାନ ଅଫର କରିଛି । ଏଥିରେ ଅନଲିମିଟେଡ ଡାଟା ସହ ଆହୁରି ଅନେକ ଫାଇଦା ମିଳିପାରିବ ।

ଯଦି ଆପଣ ଗୋଟିଏରୁ ଅଧିକ ସିମ୍ ବ୍ୟବହାର କରୁଛନ୍ତି, ତେବେ ଅନ୍ୟ ନମ୍ବରକୁ BSNLରେ ପୋର୍ଟ କରିପାରିବେ । ଏହାବାଦ ଯଦି ଆପଣ ଶସ୍ତା ପ୍ଲାନରେ ଅନଲିମିଟେଡ ଡାଟା ପାଇବାକୁ ଚାହାଁନ୍ତି, ତେବେ ଏହାର ଦାମ ହେଉଛି ୧୯୯୯ ଟଙ୍କା । ଏହି ପ୍ଲାନ ପୁରା ୩୬୫ ଦିନର ବୈଧତା ସହ ଆସୁଛି ଓ ରିଚାର୍ଜ କରିବା ପରେ ସବୁ ନେଟୱର୍କକୁ ଅନଲିମିଟେଡ କଲିଂ ବି ହୋଇପାରିବ । ଗ୍ରାହକ ଏହାଦ୍ୱାରା ଅନଲିମିଟେଡ ଡାଟା ଆକ୍ସେସ କରିପାରିବେ, ହେଲେ ଏଥିପାଇଁ ମୋଟ ୬୦୦ GB ଲିମିଟ୍ ଲାଗୁ ହୁଏ । ଏହି ପ୍ଲାନରେ ରିଚାର୍ଜ କଲେ ପ୍ରତିଦିନ ୧୦୦ SMS ପଠାଇବା ସହ ୩୦ ଦିନ ପାଇଁ ଫ୍ରି BSNL Tune ମଧ୍ୟ ପାଇପାରିବେ । ଅନ୍ୟାନ୍ୟ ସ୍ପେଶାଲ ବେନିଫିଟସ ବି ଏଥିରେ ସାମିଲ ରହିଛି ।

ହେଲେ Jioର ସବୁଠୁ ଶସ୍ତା ୩୬୫ ଦିନର ବୈଧତା ବିଶିଷ୍ଟ ପ୍ଲାନ ଏବେ ଯାଏଁ ଯାହା ୨୯୯୯ ଟଙ୍କା ଥିଲା, ଏବେ ଏହାର ଦାମ ବୃଦ୍ଧି କରାଯିବ ୩୫୯୯ ଟଙ୍କା କରାଯାଇଛି । ଏହି ପ୍ଲାନରେ ୨.୫GB ଡେଲି ଡାଟା ବ୍ୟତୀତ ଅନଲିମିଟେଡ ଭଏସ କଲିଂ ଓ ପ୍ରତିଦିନ ୧୦୦ SMS ମିଳୁଛି । ଏଥିସହିତ ଜିଓ ଆପ୍ସ ର ଆକ୍ସେସ ଓ ଏଲିଜିବଲ ବ୍ୟବହାରକାରୀଙ୍କୁ ଅନଲିମିଟେଡ 5Gର ଫାଇଦା ଦିଆଯାଉଛି ।

Relience Jio, Airtel ଓ VI ସମସ୍ତେ ନିଜ ନିଜର ରିଚାର୍ଜ ପ୍ଲାନ ମହଙ୍ଗା କରିଦେଇଛନ୍ତି । ଯାହାଦ୍ୱାରା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଲାଗିଛି ବଡ ଝଟକା । ପ୍ରାଇସ ହାଇକ ହେବା ପରେ ବି ଅନ୍ୟ କମ୍ପାନୀର ତୁଳନାରେ Jio ଶସ୍ତା ପ୍ଲାନ ଦେଉଛି । ହେଲେ Jioଠୁ ସବୁଠୁ ଶସ୍ତା ଆନୁଆଲ ରିଚାର୍ଜ ପ୍ଲାନଠୁ ୧୬୦୦ ଟଙ୍କା ଶସ୍ତାରେ ଅନଲିମିଟେଡ ଭଏସ କଲିଂ ଓ ଅନଲିମିଟେଡ ଡାଟା ଫାଇଦା ଦେଉଛି ଏକ କମ୍ପାନୀ । ବାସ୍ତବରେ ଭାରତ ସଂଚାର ନିଗମ ଲିମିଟେଡ ତରଫରୁ ଏହାର ପ୍ଲାନରେ କିଛି ବୃଦ୍ଧି କରାଯାଇନାହିଁ । ବରଂ ଏକ ଶସ୍ତା ପ୍ରିପେଡ ପ୍ଲାନ ଅଫର କରାଯାଉଛି, ଯାହାର ଦାମ Jioର ଶସ୍ତା ପ୍ଲାନ ତୁଳନାରେ ୧୬୦୦ ଟଙ୍କା କମ୍ ।

Get real time updates directly on you device, subscribe now.