ହିନ୍ଦୁ ଝିଅଙ୍କୁ ଟାର୍ଗେଟ! ବାବାଙ୍କ ଠାରୁ ବଳେଇ ଗଲେ ସ୍ୱାମୀ-ସ୍ତ୍ରୀ, ଘର ଭିତରକୁ ଝିଅଙ୍କୁ ଡାକି…
ଇସଲାମ ଗ୍ରହଣ କରିବାକୁ ଦିଆଯାଉଛି ହିନ୍ଦୁ ଝିଅଙ୍କୁ ଦିଆଯାଉଛି ନିର୍ଯାତନା
ଉତ୍ତରପ୍ରଦେଶ: ହିନ୍ଦୁ ଝିଅଙ୍କୁ କରାଯାଉଛି ଟାର୍ଗେଟ, ପ୍ରେମ ଜାଲରେ ଫସାଇ କରାଯାଉଛି ଧର୍ମ ପରିବର୍ତ୍ତନ। ୟୁପିର ଆଗ୍ରା, ଆଲିଗଡ଼ ଏବଂ ବଳରାମପୁରରେ ଅବୈଧ ଧର୍ମାନ୍ତରଣର ପର୍ଦ୍ଦାଫାସ ହୋଇଛି। ଏହି ତିନୋଟି ଜିଲ୍ଲାରେ ହିନ୍ଦୁ ଝିଅଙ୍କୁ ବେଶୀମାତ୍ରାରେ କରାଯାଉଛି ଟାର୍ଗେଟ।
ଆଗ୍ରା ଧର୍ମାନ୍ତରଣ ମାମଲାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଗିରଫ କରାଯାଇଛି ଏବଂ ଚାଙ୍ଗୁର ବାବାଙ୍କ ସିଣ୍ଡିକେଟ ମାମଲାରେ ୭-୮ ଜଣଙ୍କୁ ଗିରଫ କରାଯାଇଛି। ସେହି ସମୟରେ, ଆଲିଗଡ଼ରେ ୯୦ ରୁ ଅଧିକ ହିନ୍ଦୁ ମହିଳା ନିଖୋଜ ଅଛନ୍ତି।
ଇସଲାମ ଗ୍ରହଣ କରିବାକୁ ଦିଆଯାଉଛି ନିର୍ଯାତନା: ବାରାଣାସୀରେ ଚାଙ୍ଗୁର ବାବାଙ୍କ ସହ ଜଡିତ ବଡ଼ ସୂଚନା ସାମ୍ନାକୁ ଆସିଛି। ଚାଙ୍ଗୁର ବାବାଙ୍କ ଗ୍ୟାଙ୍ଗର ଶିକାର ହୋଇଥିବା ଜଣେ ଯୁବକ ସାମ୍ନାକୁ ଆସିଛନ୍ତି। ଚାଙ୍ଗୁର ବାବାଙ୍କ ଗ୍ୟାଙ୍ଗ ଯୁବକମାନଙ୍କୁ ଧର୍ମାନ୍ତରଣ କରିବାକୁ ଚାପ ପକାଇଥିଲା। ଯୁବକଙ୍କୁ ଇସଲାମ ଗ୍ରହଣ କରିବା ପାଇଁ ନିର୍ଯାତନା ଦିଆଯାଉଥିଲା।
କଲମା ଏବଂ ନମାଜ ପାଠ ନକରିବାରୁ ସେମାନଙ୍କୁ ମାଡ ମରାଯାଉଥିଲା। କେବଳ ସେତିକି ନୁହେଁ, ଝିଅମାନଙ୍କ ବେକରେ ଛୁରୀ ରଖି ସେମାନେ ଜୋରଜବରଦସ୍ତ ମସଜିଦକୁ ନେଇଯାଉଥିଲେ। 5 ବର୍ଷର ଝିଅମାନଙ୍କୁ ମଧ୍ୟ ସେମାନେ ଛାଡୁନଥିଲେ।
ବାବାଙ୍କ ଠାରୁ ବଳେଇ ଗଲେ ସ୍ୱାମୀ-ସ୍ତ୍ରୀ: ସବୁଠାରୁ ଆଶ୍ଚର୍ଯ୍ୟ କଲାପରି କଥା ହେଉଛି, ଶାହଜାହାନପୁରରେ ସ୍ୱାମୀ ସ୍ତ୍ରୀ ଉଭୟ ମିଶି ଗରିବ ହିନ୍ଦୁ ପରିବାରଙ୍କୁ ଟଙ୍କା ଲୋଭ ଦେଖାଇ ନିଜ ଘରକୁ ଡାକି, ସଭା କରି ଧର୍ମ ପରିବର୍ତ୍ତନ କରାଉଥିଲେ। ଯାହାଙ୍କୁ ପୋଲିସ ଏବେ ଗିରଫ କରିଛି ଏବଂ ଏହି ଘଟଣାରେ ଅଧିକ ଛାନଭିନ କରୁଛି।