fbpx

ଦିଲ୍ଲୀ ଛୁଇଁଲା ଏହି ଭୟଙ୍କର ଭାଇରସ୍: ଗର୍ଭବତୀଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗର ସତର୍କ ସୂଚନା ଜାରି

ନୂଆଦିଲ୍ଲୀ: ସାରା ଭାରତରେ କରୋନାର ଆଉ ଏକ ଭେରିଆନଟ୍ ଓମିକ୍ରନ ଆତଙ୍କ ସୃଷ୍ଟି କରିଥିବା ବେଳେ ଜିକା ଭାଇରସ ଦିଲ୍ଲୀରେ ଦେଖାଦେଇଛି । ପ୍ରଥମେ ଏହି ଭାଇରସ କେରଳ, ମହାରାଷ୍ଟ୍ର, ଓ ଉତ୍ତରପ୍ରଦେଶ ପରେ ଦିଲ୍ଲୀକୁ ସଂକ୍ରମିତ କରିଛି । ଦିଲ୍ଲୀର ରାମମନୋହର ଲୋହିଆ ହସ୍ପିଟାଲରେ ଜଣେ ୬୧ ବର୍ଷ ବୟସ୍କ ବ୍ୟକ୍ତି ଏହି ଭାଇରସ ସଂକ୍ରମଣ ଶିକାର ହୋଇଛନ୍ତି । ସୂଚନା ମୁତାବକ ଉତ୍ତର-ପୂର୍ବ ଦିଲ୍ଲୀର ଜନୈକ ବ୍ୟକ୍ତିଙ୍କ ଠାରେ ଜିକା ଭାଇରସର ନମୁନା ଦେଖିବାକୁ ମିଳିଛି । ରୋଗୀଙ୍କ ନମୁନା ଏମସ୍ ଓ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି ପୁଣେ ପଠା ଯାଇଥିଲା ।

ଡେଙ୍ଗୁ ପରି ଜିକା ଭାଇରସ ମଧ୍ୟ ଏକ ମଶା କାମୁଡା ଜନିତ ରୋଗ । ଏଡିସ୍ ମଶା କାମୁଡିବା ଦ୍ୱରା ଏହି ଭାଇରସ୍ ମଣିଷ ଦେହକୁ ସଂକ୍ରମିତ କରିଥାଏ । ଏହି ରୋଗ ହେଲେ ଜ୍ୱର, ଦେହରେ ଦାନାଦାନା ଫଳିଯିବା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ପରି ଲକ୍ଷଣ ଦେଖିବାକୁ ମିଳେ । ଜିକା ଭାଇରସ ସଂକ୍ରମଣ କରୁଥିବା ମଶା ଦିନ ଏବଂ ରାତିରେ କାମୁଡିଥାଏ । ଏହି ଭାଇରସ ଗର୍ଭବତୀ ମହିଳାମାନଙ୍କ ଲାଗି ଅଧିକ ବିପଦ ପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏହା ପ୍ରତି ସତର୍କ ଅବଲମ୍ବନ କରିବାଲାଗି ମଧ୍ୟ କୁହାଯାଇଛି । ଯଦି ଗର୍ଭବତୀ ମହିଳ ଜିକା ଭାଇରସରେ ସଂକ୍ରମିତ ହୁଅନ୍ତି ତେବେ ଏହା ଶିଶୁ ଉପରେ ଗୁରୁତର ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଶିଶୁ ଜନ୍ମରୁ ମାଇକ୍ରୋ ସେଫିଲି ଏବଂ ଅନ୍ୟ ଜନ୍ମଜାତ ବିକୃତି ସହ ଜନ୍ମ ହେବାର ଆଶଙ୍କା ରହିଛି । କରୋନା ଓ ଡେଙ୍ଗୁ ଭଳି ଜିକା ଭାଇରସ୍ ମଧ୍ୟ ମାରାତ୍ମକ ରୋଗ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଜିକା ଭାଇରସ ଏକ ଚିନ୍ତାର ବିଷୟ ପାଲିଟିଛି ।

Get real time updates directly on you device, subscribe now.