fbpx

ଏହି ସ୍ୱପ୍ନ ଦେଖିଲେ ବଦଳିଯାଏ ଜୀବନର ରେଖା! ସ୍ୱପ୍ନ ଶାସ୍ତ୍ରରେ ଏହା ହେଉଛି ସବୁଠାରୁ ଶୁଭ ସ୍ୱପ୍ନ…

ଓଡ଼ିଶା ଭାସ୍କର: ଶୋଇଥିବା ଅବସ୍ଥାରେ ସ୍ୱପ୍ନ ଦେଖିବା ଏକ ପ୍ରାକୃତିକ ଅଭ୍ୟାସ । ତେବେ ଏହି ସ୍ୱପ୍ନ ଆମକୁ ଅନେକ କିଛି ଇସାରା କରିଥାଏ । ଅନେକ ସ୍ୱପ୍ନ ଭବିଷ୍ୟତରେ ହେବାକୁ ଥିବା ଘଟଣା-ଦୁର୍ଘଟଣା ଇତ୍ୟାଦିର ସଂକେତ ଦେଇଥାଏ । ଆମେ ପ୍ରତିଦିନ ଦେଖୁଥିବା ସ୍ୱପ୍ନ ମଧ୍ୟରୁ ଅନେକ ସ୍ୱପ୍ନ ଖୁବ ଶୁଭ ହୋଇଥିବା ବେଳେ ଅନେକ ସ୍ୱପ୍ନ ଅଶୁଭ ବୋଲି କୁହାଯାଏ । ତେବେ ସ୍ୱପ୍ନଶାସ୍ତ୍ରରେ କେଉଁସବୁ ସ୍ୱପ୍ନକୁ ଶୁଭ ବୋଲି କୁହାଯାଏ? ଏହିସବୁ ସ୍ୱପ୍ନରୁ ବ୍ୟକ୍ତିଙ୍କର ଶୁଭ ଦିନ ଆରମ୍ଭ ହେବାର ସଂକେତ ମିଳିଥାଏ ।

କ୍ଷୀରରେ ସ୍ନାନ କରିବାର ସ୍ୱପ୍ନ: ଯଦି ଆପଣ ସ୍ୱପ୍ନରେ ନିଜକୁ କ୍ଷୀରରେ ସ୍ନାନ କରୁଥିବାର ଦେଖୁଛନ୍ତି, ତେବେ ଏହା ଖୁବ ଶୁଭ ସଂକେତ ବୋଲି ବିଶ୍ୱାସ କରାଯାଏ । ଆଗକୁ ଆପଣଙ୍କର ଧନଲାଭ ହେବାକୁ ଯାଉଥିବାର ସଂକେତ ଦେଇଥାଏ ଏହି ସ୍ୱପ୍ନ । ଏହାସହିତ ଆପଣଙ୍କୁ ନିଜ କ୍ୟାରିୟରରେ ବଡ଼ ସଫଳତା ମଧ୍ୟ ମିଳିଥାଏ । ସଫଳତାର ଦ୍ୱାର କୋଲିବା ନେଇ ଏହି ସ୍ୱପ୍ନ ସଂକେତ ଦେଇଥାଏ ।

ସ୍ୱପ୍ନରେ ପଦ୍ମ ଫୁଲ ଦେଖିବା: ପଦ୍ମ ଫୁଲ ମା ଲକ୍ଷ୍ମୀଙ୍କର ବେଶ୍ ପ୍ରିୟ ହୋଇଥାଏ । ସ୍ୱପ୍ନରେ ପଦ୍ମ ଫୁଲ ଦେଖିବାର ଅର୍ଥ, ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ହେବ ଏବଂ ଆପଣଙ୍କୁ ପ୍ରଚୁର ଧନ-ସମ୍ପତ୍ତି ପ୍ରଦାନ କରିବେ । ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ । ବିଭିନ୍ନ ମାର୍ଗରୁ ଆପଣଙ୍କୁ ଧନଲାଭ ହେବ ବୋଲି ସଂକେତ ମିଳିଥାଏ ।

ସ୍ୱପ୍ନରେ ବଂଶୀର ସ୍ୱନ ଶୁଣିବା: ସ୍ୱପ୍ନରେ ବଂଶୀସ୍ୱନ ଶୁଣିବା ବେଶ୍ ଶୁଭ ହୋଇଥାଏ ଏବଂ ଜୀବନରେ ମଧୁରତାକୁ ବୃଦ୍ଧି କରାଇବାର ସଂକେତ ଦେଇଥାଏ । ଆପଣଙ୍କ ଜୀବନ ହସଖୁସିରେ ମହକିଯିବାର ସଂକେତ ଦିଏ ଏହି ସ୍ୱପ୍ନ ।

ସ୍ୱପ୍ନରେ ମନ୍ଦିରର ଘଣ୍ଟ ଶବ୍ଦ ଶୁଣିବା: ସ୍ୱପ୍ନରେ ଶଙ୍ଖ ବା ମନ୍ଦିରର ଘଣ୍ଟ ଶବ୍ଦ ଶୁଣିବା ମଧ୍ୟ ଶୁଭ ବୋଲି କହୁଛି ସ୍ୱପ୍ନଶାସ୍ତ୍ର । ଏହା ଆପଣଙ୍କ ମନସ୍କାମନା ପୂରଣ ହେବାର ସଂକେତ ଦେଇଥାଏ । ଆପଣଙ୍କ ଉପରେ ଦେବାଦେବୀଙ୍କ କୃପା ରହିଥାଏ ।

ସ୍ୱପ୍ନରେ ବର୍ଷା ହେବାର ଦେଖାଯିବା: ସ୍ୱପ୍ନରେ ବର୍ଷା ହେବାର ଦୃଶ୍ୟ ଦେଖିଲେ, ଏହା ଆପଣଙ୍କୁ ମାଲାମାଲ ହେବାର ସଂକେତ ଦେଉଛି । ଏଭଳି ସ୍ୱପ୍ନ ଦେଖୁଥିବା ରାଶିର ବ୍ୟକ୍ତିମାନଙ୍କୁ ଅଚାନକ ପ୍ରଚୁର ଧନ ମିଳିପାରେ । ପୁରୁଣା ନିବେଶରୁ ଅଧିକ ରିଟର୍ଣ୍ଣ ମିଳିପାରେ ।

Get real time updates directly on you device, subscribe now.