ସନ୍ଧ୍ୟାପରେ ଗୋଟିଏ କାମ, ଘରକୁ ହେବ ମହାଲକ୍ଷ୍ମୀଙ୍କ ଆଗମନ, ଅର୍ଥାଭାବ ଦୂର ହୋଇ ଜୀବନ ଭରିବ ସୁଖରେ

ଓଡିଶା ଭାସ୍କର- ପ୍ରତ୍ୟେକ ମଣିଷକୁ ଅର୍ଥର ଆବଶ୍ୟକତା ରହିଛି । ଆଜିର ସମାଜରେ ସବୁ ମୂଳରେ ରହିଛି ଅର୍ଥ । ଏହି ଅର୍ଥ ଲାଭ ପାଇଁ ମଣିଷ କାମ କରିବା ସହ କେତେ ପୂଜାପାଠ କରୁଛି । ହେଲେ ଅନେକଙ୍କ ସବୁ ପ୍ରୟାସ ବ୍ୟର୍ଥ ଯାଉଛି । ଏମିତି ହେଉଥିଲେ ଏହି କାମ କରନ୍ତୁ, ଦେଖିବେ ଅର୍ଥାଭାବ ହୋଇଯିବ ଦୂର । ଜୀବନ ସୁଖ ଶାନ୍ତିରେ ଭରିଯିବ । ସୂର୍ଯ୍ୟାସ୍ତ ପରେ ଏହି କାମଟିକୁ କଲେ ମହାଲକ୍ଷ୍ମୀ ସନ୍ତୁଷ୍ଟ ହେବା ସହ ଘର ଧନରେ ପରିପୂର୍ଣ୍ଣ ହୋଇଯିବ ବୋଲି ମୁନି, ଋଷି କହିଛନ୍ତି ।

ଏମିତି ତ ସନାତନ ଧର୍ମରେ ସୂର୍ଯ୍ୟୋଦୟର ରହିଛି ବିଶେଷ ମହତ୍ୱ । ଏହି ସମୟରେ ଇଶ୍ୱରଙ୍କ ଧ୍ୟାନ କରିବା ଦ୍ୱାରା ଘର ସୁଶ, ସମୃଦ୍ଧିରେ ଭରିଯାଏ । କିନ୍ତୁ ଅନେକଙ୍କ ପାଇଁ ସକାଳୁ ଉଠିବ କଷ୍ଟକର ପାଠ । ସେମାନଙ୍କ ପାଇଁ ସନ୍ଧ୍ୟାର ଏହି ନୀତି ଅତି ସହାୟକ ହେବ । ଜ୍ୟୋତିଷ ଶାସ୍ତ୍ର ମୁତାବକ, ସୂର୍ଯ୍ୟାସ୍ତ ସମୟଟି ମା ଲକ୍ଷ୍ମୀଙ୍କ ସହ ଜଡିତ । ଏହି ସମୟରେ ପୂଜା କରିବା ଦ୍ୱାର ମାଆ ଲକ୍ଷ୍ମୀଙ୍କ ଆଶିଷଲାଭ ହୋଇଥାଏ ।

ସୂର୍ଯ୍ୟ ଅସ୍ତହେବା ପରେ ଦୀପ ଜାଳିବା ଅତି ଶୁଭ । ତେବେ ଏହି ସମୟରେ ଘରର ମେନ ଗେଟରେ ଓ ତୁଳସୀ ମୂଳରେ ଦୀପ ପ୍ରଜ୍ଜ୍ବଳନ କରି ମା ଲକ୍ଷ୍ମୀଙ୍କୁ ମନେ ମନେ ସୁମରଣା କରନ୍ତୁ । ଏପରି କରିବା ଦ୍ୱାରା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଘରୁ ନକରାତ୍ମକ ଶକ୍ତି ଦୂର ହୋଇଯାଏ ।

ଏଥି ସହ ସନ୍ଧ୍ୟା ସମୟରେ ମୌନ ରହିବା ଭଲ । ଏପରି କରିବା ଦ୍ୱାରା ସ୍ୱସ୍ଥ୍ୟ ଭଲ ହୁଏ ଓ ପୂଜାର ପୂର୍ଣ୍ଣ ଫଳ ଲାଭହୁଏ । ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା ରହିଛି କି, ଆମ ମୁନିଋଷିମାନେ ମୌନ ବ୍ରତ ଧାରଣ କରୁଥିଲେ । ଏହା ଦ୍ୱାରା ମନ ଶାନ୍ତ ହେବା ସହ ବିବେକ ଓ ବୌଦ୍ଧିକ ବିକାଶ ହୋଇଥାଏ ।