fbpx

ଗାୟିକାଙ୍କୁ ମହଙ୍ଗା ପଡିଲା ଧାର୍ମିକ ସ୍କୁଲର ଉପହାସ: ରାଷ୍ଟ୍ରପତିଙ୍କ ନିକଟରୁ ଆସିଲା ଏହି ଖବର

ତୁର୍କୀ: ଦେଶର ଧାର୍ମିକ ବିଦ୍ୟାଳୟକୁ ଉପହାସ କରି ଏବେ ଅଡୁଆରେ ପଡିଛନ୍ତି ତୁର୍କୀର ପ୍ରସିଦ୍ଧ ପପ୍ ଗାୟିକା ଗୁଲସେନ୍ । ସେ ଲୋକଙ୍କ ମନରେ ଘୃଣା ଏବଂ ଶତ୍ରୁତା ସୃଷ୍ଟି କରୁଥିବାରୁ ତୁର୍କୀ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ତୁର୍କୀ ପୋଲିସ ୪୬ ବର୍ଷିୟ ପ୍ରସିଦ୍ଧ ଗାୟିକା ଗୁଲସେନଙ୍କୁ ପୋଲିସ ପଚରାଉଚରା କରିବା ସହ ଜେଲକୁ ପଠାଇ ଦେଇଛି । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ଅନୁଯାୟୀ ଗୁଲସେନଙ୍କୁ ଗିରଫ ପରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି । ତେବେ ବିରୋଧି ଦଳ ଏହି ଘଟଣାକୁ ନେଇ ସରକାରଙ୍କୁ ସମାଲୋଚନା କରିବା ସହିତ କହିଛନ୍ତି ଯେ ଆସନ୍ତା ୧୦ ମାସ ମଧ୍ୟରେ ହେବାକୁ ଥିବା ନିର୍ବାଚନରେ ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ରାଷ୍ଟ୍ରପତି ରେସେପ ତଇପ ଏରୋଦୋଗାନଙ୍କ ଏହା ଏକ ଚାଲ୍ । ଏଥି ସହିତ ବିରୋଧି ଆହୁରି ମଧ୍ୟ କହିଛନ୍ତି ଯେ ରାଷ୍ଟ୍ରପତି ଧାର୍ମିକ କାର୍ଡ ଖେଳୁଛନ୍ତି ।

ତେବେ ଏହି ଧାର୍ମିକ ବିଦ୍ୟାଳୟକୁ ଉପହାସ କରିବା ପାଇଁ ପ୍ରସିଦ୍ଧ ଗାୟିକା ଗୁଲସେନ ଭୁଲ ମାଗିବା ସହିତ ନିଜର ସଫେଇ ଦେଇଛନ୍ତି । ସେ କହିଛନ୍ତି ଯେ ଧର୍ମକୁ ନେଇ ମୁଁ ଲୋକଙ୍କ ମନରେ ଘୃଣା କିମ୍ବା ଶତ୍ରୁତା ସୃଷ୍ଟି କରିନାହିଁ । ତେବେ ଗୁଲସେନ୍ ଜାମିନ ପାଇଁ ପଠାଇଥିବା ଆବେଦନ ପତ୍ରକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଅନ୍ୟପକ୍ଷେ ତୁର୍କୀର ମୁଖ୍ୟ ବିରୋଧୀ ଦଳର ନେତା କେମଲ କିଲିକଦୋରୋଗ୍ଲୁ ତୁଲକ ବିଚାରପତି ଏବଂ ଓକିଲମାନଙ୍କୁ ଗୁଲସେନଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଏଥିସହିତ ସେ ଟୁଇଟ କରି କହିଛନ୍ତି ଯେ ଆଇନ୍ ଏବଂ ନ୍ୟାୟ ପ୍ରତି ବିଶ୍ୱାସଘାତକତା କର ନାହିଁ । ବର୍ତ୍ତମାନ କଳାକାରଙ୍କୁ ମୁକ୍ତ କର । ତେବେ କିଛି ଲୋକ ଗୁଲେସନଙ୍କ ବୟାନକୁ ନେଇ କହିଛନ୍ତି ଯେ ଗାୟିକା ଚର୍ଚ୍ଚାରେ ରହିବାକୁ ଏପରି କରଛନ୍ତି ।

Get real time updates directly on you device, subscribe now.