fbpx

ପ୍ରେରଣା: ପଥର ଫିଙ୍ଗି ଆମ୍ବତୋଳୁଥିଲେ ଏ ଝିଅ, ଏବେ ବିଶ୍ୱରେ ତୀରମାରି ସାଜିଛନ୍ତି ତୀରନ୍ଦାଜୀ, ଏମିତି ଥିଲା ରିକ୍ସାବାଲା ଝିଅଙ୍କ ଜୀବନ…

ଓଡିଶା ଭାସ୍କର: କୁହାଯାଏ, ମଣିଷ କିଛି କରିବାର ମନସ୍ତ କରି ନିଅ ତ ସେ ଲକ୍ଷ୍ୟସ୍ଥଳକୁ ପହଞ୍ଚିବାରେ ଜମାରୁ ଅସୁବିଧା ହୋଇ ନଥାଏ । କେହି ବି ତାହାକୁ ରୋକି ପାରନ୍ତି ନାହିଁ । ଏମିତି କିଛି ହୋଇଛି ଜଣେ ମହିଳା ଖେଳାଳିଙ୍କ କ୍ଷେତ୍ରରେ । ତାଙ୍କ ଘରରେ ଖାଇବା ପିଇବା ପାଇଁ ମଧ୍ୟ ଦିନେ ସମସ୍ୟା ଥିଲା । ଏହି ମହିଳା ଖେଳାଳି ଜଣକ ଦାରିଦ୍ରତାକୁ ପାଖରୁ ଦେଖିଛନ୍ତି । ଦିନେ ଛୋଟବେଳେ ପଥର ଫିଙ୍ଗି ସେ ଆମ୍ବ ତୋଳୁଥିଲେ । ଆଉ ସେହି ସମୟରେ ମନରେ ତାଙ୍କର ଗୋଟିଏ ସ୍ୱପ୍ନ ଥିଲା ଅଲମ୍ପିକ୍ସ ଖେଳିବେ ଓ ଦେଶ ପାଇଁ ପଦକ ଜିତିବେ ।
ମହିଳା ଜଣଙ୍କ ଏହି ସ୍ୱପ୍ନ ଏବେ ପୂରଣ ହେବାର ପାଦ ଦେଶରେ ଅଛି । ସେ ପ୍ୟାରିସ ଅଲିମ୍ପିକ୍ସରେ ମହିଳା ବିଭାଗରେ ତୀର ମାରୁଛନ୍ତି ଭାରତ ପାଇଁ । ସାଜିଛନ୍ତି ଏହି ନାରୀ ତୀରନ୍ଦାଜୀ । ଅସୀମ ଆଶା ଓ ଅନନ୍ତ ସ୍ୱପ୍ନ ନେଇ ଅଲିମ୍ପିକ୍ସ ଖେଳୁଥିବା ଏହି ମହିଳା ଜଣକ ହେଉଛନ୍ତି ଝାଡଖଣ୍ଡର ଏକ ଛୋଟ ଗାଁର ଦୀପିକା କୁମାରୀ । ଯାହାଙ୍କ ନାମ ଏବେ ସାରା ବିଶ୍ୱରେ ଧନୁ ଓ ତୀର ମାରି ଗୁଞ୍ଜରିତ ହେଉଛି । ତାଙ୍କର ଅଲିମ୍ପିକ୍ସ ଯାଏଁ ପହଞ୍ଚିବାର ଯାତ୍ରା କୌଣସି ସ୍ୱପ୍ନଠୁ କମ୍ ନୁହେଁ ।

ଦିନଥିଲା, ଜଣେ ଅଟୋ ରିକ୍ସା ଚାଳକଙ୍କ ଘରେ ଜନ୍ମିତ ଦୀପିକାଙ୍କ ପାଇଁ ତୀରନ୍ଦାଜ ଉପକରଣ ଯୋଗାଡ କରିବା ବି ମୁକ୍ସିଲ ହୋଇ ପଡୁଥିଲା । ମାତ୍ର ଅନେକ ବାଧାବିଘ୍ନର ସାମ୍ନା କରିବା ପରେ ବି ସେ ନିଜ ସ୍ୱପ୍ନକୁ ବଳି ଦେଇ ନ ଥିଲେ । ବରଂ କଷ୍ଟରେ ସେ ବଳିୟାନ ହୋଇ ଉଠୁଥିଲେ । ଦୀପିକା କୁମାରୀ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଜୀବନରେ ୩ ଟି ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଛନ୍ତି ଭାରତ ପକ୍ଷରୁ । ତାଙ୍କୁ ପଦକ ପ୍ରାପ୍ତ ହୋଇ ନି ସତ, କିନ୍ତୁ ଏବେ ଭାରତକୁ ତୀରନ୍ଦାଜରେ ପ୍ରଥମ ପଦକ ଦେବାର ବଡ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଅଛି ।

ଦୀପିକା କେବଳ ଜଣେ ନାରୀ କିମ୍ବା ତୀରନ୍ଦାଜ ନୁହଁନ୍ତି । ବରଂ ସେ ଜଣେ ନାରୀରୂପକ ନାରୟଣୀ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ସେ ଅନେକଙ୍କ ପାଇଁ ପ୍ରେରଣା । ୨୦୧୨ ମସିହାରେ ଦୀପିକାଙ୍କୁ ଅର୍ଜୁନ ପୁରସ୍କାର ସହିତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେ ଦେଶ ପାଇଁ ଅନେକ ପଦକ ଜିତି ସାରିଛନ୍ତି । ଏବେ ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଅଲିମ୍ପିକ୍ସ ପଦକ । ଦୀପିକାଙ୍କ ଜୀବନ କୁହେ, ଜଣଙ୍କ ପାଖରେ ସଂସାଧନ ଥିଲେ ଯେ ସଫଳ ହେବ ତାହା ନୁହେଁ;ବରଂ ଜଣଙ୍କ ଲକ୍ଷ୍ୟ ସ୍ଥିର ହେବା ଉଚିତ । ପରିସ୍ଥିତି ଯେମିତି ଥାଉ ନା କାହିଁକି କିଛି ଫରକ ପଡିବ ନାହିଁ । ସଲାମ ଦୀପିକା….

Get real time updates directly on you device, subscribe now.