ମୂର୍ତ୍ତିମାନଙ୍କ ଗାଁ ପାଲଟିଛି ଏହି ପାହାଡ ; ରହିଛି ଏତିକି ଠାକୁରଙ୍କ ମୂର୍ତ୍ତି , ଜାଣିଲେ ଉଡିଯିବ ଆପଣଙ୍କ ହୋସ

ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ବିଚିତ୍ର ତାର ପରିକଳ୍ପନା । ଯେଉଁଠାରେ ଲୁଚି ରହିଛି ଅନେକ ରହସ୍ୟମୟ ତଥ୍ୟ ଓ ପରମ୍ପରା । ଯାହାକି ଆଜିବି ରହସ୍ୟ ହୋଇ ରହିଛି । ତେବେ ସେହିଭଳି ଏକ ପାହାଡ ହେଉଛି ତ୍ରିପୁରାର ରଭୁନନ୍ଦନ ପାହାଡ । ଯେଉଁଠାରେ ରହିଛି ଅନେକ ମୂର୍ତ୍ତି । ଯାହାକୁ ଦେଖିଲେ ମନେ ହୁଏ ସତେ ଯେପରି ତାହା ହେଉଛି ମୂର୍ତ୍ତିମାନଙ୍କର ଏକ ଗାଁ ଏବଂ ସେଠାରେ ମୂର୍ତ୍ତିମାନ ସେହି ପାହାଡକୁ ଜଗି ବସିଛନ୍ତି । ତେବେ ଏହି ପାହାଡକୁ ନେଇ ଅନେକ ଲୋକକଥା ମଧ୍ୟ ରହିଛି । ଯାହା ସମସ୍ତଙ୍କୁ ଆଶ୍ଚ ର୍ଯ୍ୟ ଏବଂ ଚକିତ କରିଦିଏ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରହସ୍ୟମୟ ପାହାଡ ବିଷୟରେ…

ତ୍ରିପୁରାର ଏକ ପାହାଡ ହେଉଛି ରଘୁନନ୍ଦନ ପାହାଡ଼ । ଯେଉଁଠାରେ ଖୋଦିଦ ହୋଇଛି ଅନେକ ମୂର୍ତ୍ତି । କୁହାଯାଏ ଯେ ଏଠାରେ ପ୍ରାୟ ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି ରହିଛି । ଏହି ସବୁ ମୂର୍ତ୍ତି ମାନଙ୍କୁ କିଏ ଏବଂ କେବେ ତିଆରି କରିଥିଲେ ତାହା କାହାରିକୁ ମଧ୍ୟ ଜଣାନାହିଁ । କିନ୍ତୁ ସେଠାକାର ଲୋକଙ୍କ ବିଶ୍ୱାସ ଏବଂ କହିବା ଅନୁଯାୟୀ, ଅଷ୍ଟମ କିମ୍ବା ନବମ ଶତାବ୍ଦିରେ ଏହାକୁ ନିର୍ମାଣ କରାଯାଇଥିଲା । ତେବେ ଉଭୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ଏବଂ ସରକାର ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳୀ ଘୋଷଣା କରିବାକୁ ଉଦ୍ୟମ କରୁଛନ୍ତି । ସେହିପରି ଇତିହାସକାର କୁହନ୍ତି କି ଏହି ଫଥର ମୂର୍ତ୍ତିମାନ ବହୁତ ଦୁର୍ଲଭ ଅଟନ୍ତି । ଏହି ସବୁ ମୂର୍ତ୍ତି କମ୍ବୋଡ଼ିଆର ଅଙ୍ଗୋରବାଟରେ ଦେଖାଯାଇଥିବା ମୂର୍ତ୍ତି ଭଳି । ଯାହା ଉପରେ ଇତିହାସକାରମାନେ ବହୁ ବର୍ଷରୁ ଅଧ୍ୟୟନ କରି ଆସୁଛନ୍ତି । ତେବେ ବଙ୍ଗାଳିରେ ଏହି ସବୁ ମୂର୍ତ୍ତିକୁ ଉନାକୋଟି କୁହାଯାଏ । ଯାହାର ଅର୍ଥ ହେଉଛି ଗୋଟେ କୋଟିରୁ ଗୋଟିଏ କମ୍ । ସେଥିପାଇଁ ଏଠାରେ ୯୯ ଲକ୍ଷ ୯୯ ହଜାର ୯୯୯ ମୂର୍ତ୍ତି ରହିଛି । ତେବେ ଏହି ରଘୁନନ୍ଦନ ପାହାଡରେ ଥିବା ଅନେକ ମୂର୍ତ୍ତି ଖରାପ ପାଣିପାଗ କାରଣରୁ ନଷ୍ଟ ହୋଇଗଲାଣି । ଏହି ପାହାଡରେ ଥିବା ମୂର୍ତ୍ତମାନଙ୍କ ଉପରେ ଝରଣା ବହୁଥିବାର ମଧ୍ୟ ଦେଖାଯାଏ । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଏହାର ମନୋରମ ଦୃଶ୍ୟ ଅନେକ ପର୍ଯ୍ୟଟକଙ୍କୁ ଏଠାକୁ ଟାଣିଆଣେ ।

ତ୍ରିପୁରା ସରକାର ମୂର୍ତ୍ତିମାନଙ୍କ ଆଖପାଖରେ ପର୍ଯ୍ୟଟନ ସ୍ଥଳୀ ଘୋଷଣା କରିଛି । ତେବେ ଅନେକ ବିଷେଶଜ୍ଞ ମାନେ କହୁଛନ୍ତି ଏହି ପାହାଡ଼ ଭିତରେ ଲୁଚି ରହିଛି ଅନେକ ଗୁପ୍ତ ଧନ । ଗୁପ୍ତ ଧନକୁ ଲୁଚାଇ ଏଠାରେ ଏମିତି ସବୁ ମୂର୍ତ୍ତି କରାଯାଇଛି ବୋଲି ବିଶ୍ୱାସ କରାଯାଉଛି । ତେବେ ଏହିସବୁ ମୂର୍ତ୍ତିମାନଙ୍କ ଉଚ୍ଚତା ୩୦ ଫୁଟ ଏବଂ ୧୦ ଫୁଟ ହେବ । ମୂର୍ତ୍ତିମାନଙ୍କ ମଧ୍ୟରେ ଭଗବାନ ଶିବଙ୍କର ମଧ୍ୟ ମୂର୍ତ୍ତି ରହିଛି । ଗଣେଷ ଏବଂ ଭୃଷବ ମଧ୍ୟ ରହିଛନ୍ତି । ତେବେ ଏହି ପାହାଡ଼କୁ ଦେଖିଲେ ଫିଲ୍ମ ଦେଖିଲା ଭଳି ଲାଗିବ । ଲାଗିବ ଯେମିତି ଫିଲ୍ମ ପାଇଁ ଏହି ସବୁ ସେଟ୍ ଗୁଡ଼ିକୁ ତିଆରି କରାଯାଇଛି ।