ଇତିହାସ ରଚିଲେ ଚକଦା ଏକ୍ସପ୍ରେସ: ପ୍ରଥମ ମହିଳା କ୍ରିକେଟର ଭାବରେ ଅକ୍ତିଆର କଲେ ୨୫୦ ୱିକେଟ

ନୂଆଦିଲ୍ଳୀ: ବିଶ୍ୱକପରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ଭାରତୀୟ ମହିଳା କ୍ରିକେଟର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ । ଚଳିତ ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ରଚୁଛନ୍ତି ଇତିହାସ । କିଛି ଦିନ ତଳେ ସର୍ବାଧିକ ୱିକେଟ ନେବା ତାଲିକାରେ ନିଜ ନାଁ ରଖିଥିବା ଝୁଲଣ ଗୋସ୍ୱାମୀ ଏବେ ଦିନିକିଆରେ ମୋଟ ୨୫୦ ୱିକେଟ ନେଇଛନ୍ତି । ଏହି ମାଇଲଷ୍ଟୋନ ଅତିକ୍ରମ କରିବାରେ ସେ ପାଲଟିଛନ୍ତି ଭାରତତର ପ୍ରଥମ ମହିଳା କ୍ରିକେଟର ।

Watch: Jhulan Goswami Bowls The Perfect Delivery To Clean Bowl New Zealand's Batting Great | Cricket News

ଆଜି ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଖେଳୁଥିବା ଭାରତ ପକ୍ଷରୁ ଝୁଲଣ ଏହି ସଫଳତା ଅର୍ଜନ କରିଛନ୍ତି । ଇଂଲଣ୍ଡର ଓପନର ବ୍ୟାଟ୍ସମ୍ୟାନ ଟମି ବିମୋଣ୍ଟଙ୍କ ୱିକେଟ ଅକ୍ତିଆର କରିବା ପରେ ୨୫୦ୱିକେଟ ନେବାରେ ଝୁଲଣ ପାଲଟିଛନ୍ତି ବିଶ୍ୱର ପ୍ରଥମ ମହିଳା କ୍ରିକେଟର । ଏହା ପୂର୍ବରୁ ଦିନିକିଆରେ ସର୍ବାଧିକ ୱିକେଟ ନେବା ତାଲିକାରେ ଉପରେ ରହିଥିଲେ । ଝୁଲଣଙ୍କ ପରେ ଏହି ତାଲିକାରେ ଅଷ୍ଟ୍ରେଲିଆର ବୋଲର କାଥୀରନ ଲୋରେନ ପିଟଜପାଟ୍ରିକ ରହିଛନ୍ତି । ସେ ଦିନିକିଆରେ ଏବେ ପର୍ଯ୍ୟନ୍ତ ମୋଟ ୧୦୯ଟି ୱିକେଟ ଅକ୍ତିଆର କରିଛନ୍ତି ।

Jhulan Goswami Of India Became The Women's World Cup's Joint-Highest Wicket-Taker

ଦିନିକିଆରେ ସର୍ବାଧିକ ୱିକେଟ୍ ନେଇଥିବା ମହିଳା ବୋଲର –

ଝୁଲଣ ଗୋସ୍ୱାମୀ(ଭାରତ)- ୧୯୯ ମ୍ୟାଚ୍‌, ୨୫୦ ୱିକେଟ୍
କାଥୀରନ ଲୋରେନ୍‌ ପିଟ୍‌ଜପାଟ୍ରିକ୍(ଅଷ୍ଟ୍ରେଲିଆ) – ୧୦୯ ମ୍ୟାଚ୍ ୧୮୦ ୱିକେଟ୍।
ଅନୀସ ମହମ୍ମଦ(ୱେଷ୍ଟଇଣ୍ଡିଜ୍)- ୧୩୯ ମ୍ୟାଚ୍, ୧୮୦ ୱିକେଟ୍।
ଶବନୀମ ଇସ୍‌ମାଲ୍‌(ଦକ୍ଷିଣ ଆଫ୍ରିକା)- ୧୧୭ ମ୍ୟାଚ୍‌, ୧୬୮ ୱିକେଟ୍।
କାଥରୀନ ହେଲେନ୍ ବ୍ରଣ୍ଟ(ଇଂଲଣ୍ଡ)- ୧୩୫ ମ୍ୟାଚ୍, ୧୬୪ ୱିକେଟ୍।